ଆସନ୍ତା କାଲି ଓଜେଇଇ ପରୀକ୍ଷା : ରାଜ୍ୟର ୮୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

39

କନକ ବ୍ୟୁରୋ : ଆସନ୍ତା କାଲି Odisha Joint Entrance Examination (ଓଜେଇଇ) ପରୀକ୍ଷା । ରାଜ୍ୟର ପାଖାପାଖି ୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ । ତେବେ ଏହି ଓଜେଇ ପରୀକ୍ଷା କୁ ଦୁଇଟି ପର୍ଯ୍ୟାୟରେ କରିବା ପାଇଁ ଓଜେଇଇ କର୍ତ୍ତୁପକ୍ଷ ଧାର୍ଯ୍ୟ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା କାଲି ସକାଳ ୯ଟାରୁ ୧୨ଟା ଯାଏଁ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨ଟାରୁ ୪ଟା ପର୍ଯ୍ୟନ୍ତ ପରୀକ୍ଷାଦେବେ ଛାତ୍ରଛାତ୍ରୀ ।

ସେହିପରି ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଓଜେଇଇ ରେଜଲ୍ଟ ପ୍ରକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଜୁନ୍ ଶେଷ ସପ୍ତାହରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଓଜେଇଇ ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ସୁଚନା ଦେଇଛନ୍ତି । ଆସନ୍ତାକାଲି ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, କଟକ, ଅନୁଗୁଳ ,ବଲାଙ୍ଗୀର ଭଳି ୨୦ଟି ସହରର ୮୧ଟି କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୁଚନା । ଗତବର୍ଷ ୫୨ହଜାର ୫୬୦ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ ।