ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର ।

81

କନକ ବ୍ୟୁରୋ: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉତ୍ସବମୁଖର ରାମ ଜନ୍ମ ଭୂମି ସମେତ ସାରାଦେଶ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଆଗମନକୁ ନେଇ ଝୁମୁଛି ଅଯୋଧ୍ୟା ନଗରୀ । ରଙ୍ଗୀନ ଆଲୋକର ମାଳାରେ ଉତ୍ସବ ମୁଖର ରାମଲଲାଙ୍କ ଜନ୍ମଭୂମୀ । ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଛି ରାମ ମନ୍ଦିର । ଦେଖିଲେ ଲାଗୁଛି ସତେ ଯେମିତି ଅଯୋଧ୍ୟାରେ ଦୀପାବଳି ପାଳନ ହେଉଛି ।

ରାମୟଣର ବର୍ଣ୍ଣନା ଅନୁସାରେ ରାମ ବନବାସରୁ ଫେରିବା ପରେ ଯେଉଁ ଉତ୍ସାହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା । ଏବେ ଅଯୋଧ୍ୟା ସମେତ ସାରା ଦେଶରେ ରାମଙ୍କ ଆଗମନକୁ ନେଇ ସେଭଳି ଉତ୍ସାହ ଦେଖିବାକୁ ମିଳୁଛି । କେବଳ ରାମ ମନ୍ଦିର ନୁହେଁ, ସୂର୍ଯ୍ୟ ପଥ, ଲତାମଙ୍ଗେସ୍କର ଚୌକରେ ସୁଦୃଶ୍ୟ ଆଲୋକମାଳାର ସଜ୍ଜୀକରଣ ସମସ୍ତଙ୍କ ମନ ମୋହୁୁଛି । ଏହାଛଡା ସନ୍ଧ୍ୟାରେ ଲେଜର ଲାଇଟ ସୋ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମନ୍ଦିର ପ୍ରତିଷ୍ଠାକୁ ମାତ୍ର ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ସୁଅ ଅଯୋଧ୍ୟାକୁ ଛୁଟୁଛି ।