କାଲି ସ୍ନାନବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜି ମହାପ୍ରଭୁଙ୍କୁ ସେନାପଟା ଲାଗି । ଦିନ ସାଢେ ୧୧ଟା ଯାଏଁ ଦର୍ଶନ ବନ୍ଦ

83

କନକ ବ୍ୟୁରୋ : ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଗୋପନ ନୀତି । ରାତିରେ ଶ୍ରୀଜିଉଙ୍କ ଅଙ୍ଗରକ୍ଷା ପାଇଁ ବାହୁଟକଂଟ ନୀତି ପରେ ଚାରମାଳ ବନ୍ଧା ସଂପନ୍ନ ହୋଇଛି । ଆଜି ଦଇତାପତି ମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଦିନ ସାଢେ ୧୧ଟା ଯାଏଁ ବନ୍ଦ ରହିବ । ସେନାପଟା ଲାଗି ଓ ମହାପ୍ରଭୁଙ୍କ ଚଉଠି ହୋମ ସରିବା ପରେ ଶ୍ରୀଜିଉ ମାନେ ଆସନ୍ତାକାଲି ସ୍ନାନବେଦୀରେ ଉଭା ହୋଇ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୁର୍ତ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି ।