କନକ ବ୍ୟୁରୋ: ଆସନ୍ତାକାଲି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରୁଛି ୧୦ ଦିନ । ଏହି ଅବସରରେ ବାହାନଗାରେ ସାମୂହିକ ମୁଣ୍ଡନ ଓ ଦଶାହକର୍ମ କରିବାର କାର୍ଯ୍ୟକ୍ରମ ରହିଛି । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତ ଆତ୍ମାଙ୍କର ସଦଗତି କାମନା କରି, ଏହି କାର୍ଯ୍ୟକ୍ରମ କରାଯାଉଛି ।
ସେହିପରି ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ବାହାନଗା ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ଆସନ୍ତାକାଲି ମୁଣ୍ଡନ ଓ ଦଶାହକର୍ମ ଥିବା ବେଳେ ୧୨ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମସଂକୀର୍ତନ, ଗାୟତ୍ରୀମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି । ବାହାନଗା, ସୋର ତଥା ସାମଗ୍ରିକ ଭାବରେ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତାଙ୍କ ପକ୍ଷରୁ ଏହି ଆୟୋଜନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/PTI06_03_2023_000005A.jpg)