ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ! ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବେ ଏସସିବି ଡାକ୍ତରୀ ଦଳ

Advertisment
ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ! ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବେ ଏସସିବି ଡାକ୍ତରୀ ଦଳ

କନକ ବ୍ୟୁରୋ : ଆସନ୍ତାକାଲି ଭାରତର ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ବର ଆସୁଛନ୍ତି। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲର ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ହେବାକୁ ମନୋନୀତ ହୋଇଛନ୍ତି। ଡାକ୍ତରଙ୍କ ସହିତ, ଆମ୍ବୁଲାନ୍ସ, ଆଟେଣ୍ତାଣ୍ଟ, ଔଷଧ ଇତ୍ୟାଦି ଉପ-ରାଷ୍ଟ୍ରପତି ଗ୍ରସ୍ତ ସମୟରେ ପାଖାପାଖି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-imageଭିଭିଆଇପି ବ୍ୟବସ୍ଥାରେ ନିଶ୍ଚେତକ ବିଭାଗର ସିନିୟର ରେସିଡେଣ୍ଟ ଡାକ୍ତର ଶ୍ରୀମନ୍ତ ହାଲଦାର, ଆଡଭାନ୍ସ ଲାଇଫ ସପୋର୍ଟ (ଏଏଲଏସ) ଗାଡି, ଫାର୍ମାସିିଷ୍ଟ ଉଦୟ ସାହୁ, ଡ୍ରାଇଭର ସରୋଜ କୁମାର ଦାସ, ଆଟେଣ୍ତାଣ୍ଟ ଚିଣ୍ଟୁ ମୁଖୀ ଏହି ଟିମରେ ରହିବେ। ନିୟୋଜିତ ହୋଇଥିବା ସମସ୍ତ ସଦସ୍ୟ ମାନେ ରବିବାର ଭୁବନେଶ୍ବର କ୍ୟାପିଟାଲ ହ୍ସିଟାଲର ଉପ-ଅଧିକ୍ଷକଙ୍କ ନିକଟରେ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe