ଶତ୍ରୁ ସାବଧାନ! ଆସନ୍ତାକାଲି ପାଣିରେ ଲକ୍ଷ୍ୟଭେଦ କରୁଥିବା ସବୁଠାରୁ ଶକ୍ତିଶାଳୀ ପରମାଣୁ ମିସାଇଲ ପରୀକ୍ଷଣ କରିବ ଭାରତ, ୩୫୦୦ କିଲୋମିଟର ରାଡାରରେ ଥିବା ଟାର୍ଗେଟକୁ କ୍ଷଣିକରେ କରିଦେବ ଧ୍ୱଂସ ।

1,664

ଆସନ୍ତାକାଲି ପୂରା ବିଶ୍ୱ ଦେଖିବ ଭାରତର ପରାକ୍ରମ । ଶୁକ୍ରବାର ପାଣି ଭିତରେ ଆଣିବକ କ୍ଷମତା ସଂପନ୍ନ୍ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବାକୁ ଯାଇଛି ଭାରତ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପକୂଳରେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯିବ । ମିଳିଥିବା ସୂଚନା ମୁତାବକ, ପାଣି ଭିତରେ ଥିବା ଏକ ପ୍ଲାର୍ଟଫର୍ମରୁ ଏହି ମିସାଇଲ ଲଞ୍ଚ କରାଯିବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଭାରତ କେ-୪ ମିସାଇଲର ପରୀକ୍ଷଣ କରିବ । ଯାହା ୩୫୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ବେଶ ସହଜରେ ଧ୍ୱଂସ କରିପାରିବ । ପାଣି ଭିତରେ ନିକ୍ଷେପ କରାଯାଉଥିବା ଏହା ଦେଶର ଦ୍ୱିତୀୟ ମିସାଇଲ । ଏହାପୂର୍ବରୁ ପାଣି ଭିତରେ ବିଓ-୫ ମିସାଇଲର ସଫଳ ପରୀକ୍ଷଣ କରିଥିଲା ଭାରତ । ଯାହାର ଲକ୍ଷ୍ୟଭେଦ କ୍ଷମତା ରହିଥିଲା ୭୦୦ କିଲୋମିଟର । ତେଣୁ ସେହି ଦୃଷ୍ଟିରୁ କେ-୪ ମିସାଇଲର ସଫଳ ପରୀକ୍ଷଣ ହେଲେ ପାଣି ଭିତରେ ଏହା ଭାରତକୁ ବ୍ରହ୍ମାସ୍ତ୍ର ମିଳିଯିବ ।

ଗତମାସରେ କେ-୪ ମିସାଇଲର ପରୀକ୍ଷଣ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ତେବେ କୌଣସି କାରଣରୁ ସେତେବେଳେ ଏହି ପରୀକ୍ଷଣକୁ ହଠାତ୍ ବନ୍ଦ କରିଦିଆଯାଇଥିଲା । ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଋଷ ଓ ଚୀନ୍ ପରେ ୬ଷ୍ଠ ଦେଶ ଭାବେ ଭାରତ ପାଖରେ ପାଣିରେ ଲକ୍ଷ୍ୟଭେଦ କରିପାରୁଥିବା ଆଣବିକ କ୍ଷମତା ସମ୍ପନ୍ନ ମିସାଇଲ ରହିଛି । ସୂଚନା ମୁତାବକ, ଆସନ୍ତାକାଲି ଆଇଏନଏସ ଅରିହନ୍ତରୁ ଏହି ନ୍ୟୁକ୍ଲିୟର ମିସାଇଲର ପରୀକ୍ଷଣ ହେବ । ଏହାଛଡା ଡିଆରଡିଓ ଆସନ୍ତା କିଛି ସପ୍ତାହ ମଧ୍ୟରେ ଅଗ୍ନି-୩ ଓ ବହ୍ମୋସ ମିସାଇଲର ପରୀକ୍ଷଣ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।