ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । ଆସନ୍ତାକାଲି ବସିବ ଗୃହ କମିଟି ବୈଠକ ।

Advertisment
ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । ଆସନ୍ତାକାଲି ବସିବ ଗୃହ କମିଟି ବୈଠକ ।

କନକ ବ୍ୟୁରୋ: ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ମୁର୍ଖ ଭଳି ବୟାନ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ କାଲି ବସିବ ଗୃହ କମିଟି ବୈଠକ । ଗତକାଲି ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହ କମିଟି ଗଠନ ହୋଇଥିଲା । ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଏହି ଗୃହ କମିଟି ତଦନ୍ତ କରିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କାଲି ବିଧାନସଭାର ୫୪ ନମ୍ବର କକ୍ଷରେ ବସିବ ବୈଠକ ।

publive-imageକିଭଳି ଜଣେ ଅଣ ଓଡ଼ିଆ ହୋଇ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି ଅଭିଜିତ ଆୟର । ଏବଂ ତାହା ସ୍ୱାଧିକାର ଭଙ୍ଗ କରିଛି ନା ନାହିଁ ସେନେଇ ତଦନ୍ତ କରାଯିବ । ଏହାପରେ ତଦନ୍ତ କରି ଗୃହକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏହାପରେ ଅଭିଜିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ଉପରେ ତଦନ୍ତ ରିପୋର୍ଟକୁ ତର୍ଜମା କରି ଗୃହ ନିଷ୍ପତି ନେବ ।

publive-imageଗଠନ ହୋଇଥିବା ୬ ଜଣିଆ ଗୃହ କମିଟି ବୈଠକରେ । ଏହି କମିଟିରେ ଅଧ୍ୟକ୍ଷତା ନରସିଂହ ମିଶ୍ର, ଅରୁଣ ସାହୁ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଏବଂ କେ.ଭି ସିଂଦେଓଙ୍କ ଭଳି ସଦସ୍ୟ ରହିଛନ୍ତି । ତେବେ ଆସନ୍ତା ବିଧାନସଭା ଅଧିବେସନର ପ୍ରଥମ ଦିନରେ ହିଁ ଏହି ଗୃହ କମିଟି ଅଭିଜିତ ଆୟର ମିତ୍ରଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe