image courtesy-http://www.pbase.com
Source:NDTV Khabarତେବେ ଅସଲ ହୋଲି ଜମିବ ଶୁକ୍ରବାର । ଆସମାନ ରକେଟ୍, ରକେଟ୍, ଆସମାନ ଗୁଳା, କାରଗିଲ ରକେଟ୍, ପାଣିକୁଆ, ପାଣି ଫୋଟକା, ଆସମାନ ଦୀପ, ଚନ୍ଦ୍ରଦୀପ, ଗଛ, ଚେଙ୍ଗା ଭଳି ୫୦କିସମର ବାଣ ଆକାଶରେ ଝଲିସିବ। ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ପାର୍ବତୀ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ । ତେବେ କେବଳ ରାଜଧାନୀକୁ ଭୁବନେଶ୍ୱର ନୁହେଁ ବରଂ ଗାଁ ଠାରୁ ସହର ସବୁ ସ୍ଥାନରେ ଦୋଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସନ୍ଧ୍ୟା ନଇଁବା ପରେ ଗାଁ ଗାଁରେ ଦୋଳ ବିଭାନ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ଭୋଗରାଗ ଗ୍ରହଣ କରୁଛନ୍ତି । ତେବେ ବର୍ଷକରେ ଥରେ ଏପରି ନିଆରା ପର୍ବ ପାଳନ ହେଉଥିବା କରାଣରୁ ସାରା ଦେଶରେ ଏହାକୁ ଆନନ୍ଦର ସହ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
Follow Us