ହୋଲି ପାଇଁ ରାଜଧାନୀରେ ପ୍ରସ୍ତୁତି ପର୍ବ ଶେଷ : ଆସନ୍ତା କାଲି ବେଶ୍ ଧୁମଧାମରେ ପାଳନ ହେବ ପବିତ୍ର ପର୍ବ ହୋଲି

କୁହୁତାନରେ କୋଇଲି କେବେଠୁ ଦେଇ ସାରିଲାଣି ବସନ୍ତର ବାର୍ତା

165
କନକ ବ୍ୟୁରୋ : କୁହୁତାନରେ କୋଇଲି କେବେଠୁ ଦେଇ ସାରିଲାଣି ବସନ୍ତର ବାର୍ତା । ତନୁମନକୁ ରୋମାଞ୍ଚିତ କଲାଣି ମଳୟର ମୃଦୁ ମୃଦୁ ପରଶ । ଗାଁ ଗାଁ ବୁଲିଲାଣି ଦୋଳ ବିଭାନ । ଫଗୁ ଲାଗି ହେବା ସହ ଭୋଗ ଖାଇଲେଣି ରାଧାଗୋବିନ୍ଦ। ହୋଲି ପାଇଁ ପ୍ରସ୍ତୁତ ହୋଇଗଲେଣି ସମସ୍ତେ । ସେଥିରୁ ରାଜଧାନୀ ବା ବାଦ୍ ପଡ଼ନ୍ତା କେମିତି । ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର । ସହରର ବିଭିନ୍ନ ମନ୍ଦିରରେ ଦୋଳ ପୂର୍ଣ୍ଣମା ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ  ପହଞ୍ଚିଲାଣି ।  ଅନ୍ୟପକ୍ଷରେ ଆଜିଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛୁଟି ପଡ଼ି ଯାଉଥିବାରୁ ଧୁମଧାମରେ ହୋଇସାରିଲାଣି ହୋଲି ସେଲିବ୍ରେସନ ।  ଗୁରୁବାର ମଧ୍ୟ କିଛି ସ୍ଥାନରେ ରଙ୍ଗ ଖେଳ ହେବ ।
Source:NDTV Khabar

ତେବେ ଅସଲ ହୋଲି ଜମିବ ଶୁକ୍ରବାର । ଆସମାନ ରକେଟ୍, ରକେଟ୍, ଆସମାନ ଗୁଳା, କାରଗିଲ ରକେଟ୍, ପାଣିକୁଆ, ପାଣି ଫୋଟକା, ଆସମାନ ଦୀପ, ଚନ୍ଦ୍ରଦୀପ, ଗଛ, ଚେଙ୍ଗା ଭଳି ୫୦କିସମର ବାଣ ଆକାଶରେ ଝଲିସିବ। ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ପାର୍ବତୀ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ । ତେବେ କେବଳ ରାଜଧାନୀକୁ ଭୁବନେଶ୍ୱର ନୁହେଁ ବରଂ ଗାଁ ଠାରୁ ସହର ସବୁ ସ୍ଥାନରେ ଦୋଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସନ୍ଧ୍ୟା ନଇଁବା ପରେ ଗାଁ ଗାଁରେ ଦୋଳ ବିଭାନ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ଭୋଗରାଗ ଗ୍ରହଣ କରୁଛନ୍ତି । ତେବେ ବର୍ଷକରେ ଥରେ ଏପରି ନିଆରା ପର୍ବ ପାଳନ ହେଉଥିବା କରାଣରୁ ସାରା ଦେଶରେ ଏହାକୁ ଆନନ୍ଦର ସହ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।