କନକ ବ୍ୟୁରୋ: କାଲି ଆସିବ କୁଳଭୂଷଣ ଯାଦବଙ୍କ ରାୟ । ଆସନ୍ତାକାଲି ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣ ଯାଦବ ମାମଲାରେ ରାୟ ଶୁଣାଇବେ । ଏହି ମାମଲାରେ ନିଜର ପକ୍ଷକୁ ନେଇ ଭାରତ ସରକାର ନିଶ୍ଚିତ ଥିବା ଜଣାଯାଇଛି । କୋର୍ଟ ଯାଦବଙ୍କ ସପକ୍ଷରେ ରାୟ ଶୁଣାଇବେ ବୋଲି ଭାରତ ଆଶା କରୁଛି । ଅନ୍ୟପଟେ ପୂର୍ବରୁ ଏହି ମାମଲାରେ ଗତ ଫେବୃୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଉ ଶୁଣାଣିବେଳେ ଉଭୟ ଭାରତ ଓ ପାକିସ୍ତାନର ବରିଷ୍ଠ ଓକିଲମାନେ ନିଜ ନିଜର ପକ୍ଷ ରଖିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଗତ ୨୦୧୬ ମାର୍ଚ୍ଚଠାରୁ ପାକିସ୍ତାନ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ଜେଲରେ ରଖିଛି । ୨୦୧୭ ଏପ୍ରିଲ ମାସରେ ପାକିସ୍ତାନର ମିଲିଟାରୀ କୋର୍ଟ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଗତ ୨୦୧୭ ଡିସେମ୍ବର ମାସ ଶେଷ ସପ୍ତାହରେ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ପାଇଁ କୂଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଉଭୟ ମହିଳାଙ୍କୁ ପାକିସ୍ତାନ ସରକାରଙ୍କ ବ୍ୟବହାରକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଯାଇଥିଲା । ଏହା ମାନବ ଅଧିକାର ଓ ନାରୀ ସମ୍ମାନ ହାନୀ କରୁଛି ବୋଲି ଭାରତର ତତକାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଥିଲେ ।
ତେବେ ଭାରତୀୟ ନାଗରିକ କୁଳଭୂଷଣଙ୍କ ମାମଲାରେ ଆସନ୍ତାକାଲି ନେଦରଲାଣ୍ଡର ଦି ହେଗ୍ ଠାରେ ଶୁଣାଣି କରାଯିବ । ସେପଟେ ଏହି ଶୁଣାଣିକୁ ନେଇ ଭାରତବାସୀ ମଧ୍ୟ ଅପେକ୍ଷାରେ ରହିଛନ୍ତି । ଦେଶର ପୁଅ କେବେ ଫେରିବ ପରିବାର ଲୋକମାନେ ମଧ୍ୟ ବେଶ୍ ଅକୁଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।