ଆସନ୍ତାକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍ ନେତା ଅରବିନ୍ଦ କେଜରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସହ ୬ ଜଣ ମନ୍ତ୍ରୀ ନେବେ ଶପଥ

116

କନକ ବ୍ୟୁରୋ : ଆସନ୍ତାକାଲି ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆପ୍ ନେତା ଅରବିନ୍ଦ କେଜରିୱାଲ୍ । ରାଷ୍ଟ୍ରପତି ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିବା ନେଇ ଅଧିସୂଚନା ଜାରି କରିଛନ୍ତି । ଏହା ସହ ଅନ୍ୟ ୬ ଜଣ ନେତା ତାଙ୍କ ମନ୍ତ୍ରୀ କରିବାନେଇ ମଧ୍ୟ ଅଧିସୂଚନା ଜାରିହୋଇଛି । ସେମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋଟ, ଇମରାନ୍ ହୁସୈନ ଓ ରାଜେନ୍ଦ୍ର ଗୌତମ ।

ସଦ୍ୟ ସେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ ଆମ ଆଦମୀ ପାର୍ଟି ଏକ ବଡ ବିଜୟ ହାସଲ କରିଛି । ମୋଟ ୭୦ ଆସନରୁ ୬୨ରେ ଆପ୍ ଜିତିଥିବା ବେଳେ ବିଜେପି ଖାତାକୁ ଯାଇଛି ୮ଟି ଆସନ । ତେବେ କ୍ରମାଗତ ଦ୍ୱିତୀୟ ଥରପାଇଁ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିପାରି ନାହିଁ ।