ସରିଲା ଦିଲ୍ଲୀ ନିର୍ବାଚନୀ ପ୍ରଚାର । ଜନତାଙ୍କ ହାତରେ ଚାବିକାଠି, କେଉଁ ଦଳକୁ ଭରଷା କରିବେ ଭୋଟର?

284

କନକ ବ୍ୟୁରୋ: ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଚାର ।  ଆସନ୍ତାକାଲି ହେବ ଭୋଟ ଗ୍ରହଣ । ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧କୋଟ ୪୭ ଲକ୍ଷ ଭୋଟର । ଏଥିପାଇଁ ୧୩ ହଜାର ୭୫୦ ମତଦାନ କେନ୍ଦ୍ର କରାଯାଇଛି । ଦେଶର ରାଜଧାନୀ ହୋଇଥିବାରୁ ଏଠାରେ କ୍ଷମତା ଦଖଲ କରିବା ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।

ଏହା ସହିତ ଦିଲ୍ଳୀ ସହର ଦେଶର ଧର୍ମ, ଭାଷା ଓ ଭୌଗଳିକ ସ୍ଥିତିର ବିବିଧତାକୁ ଦର୍ଶାଉଥିବାରୁ ଏହି ନିର୍ବାଚନର ଗୁରୁତ୍ୱ ବେଶ ରହିଛି । ୬ ବର୍ଷ ତଳେ ଏକ ଅଣରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସ ହେଭିୱେଟ ଶୀଲା ଦୀକ୍ଷିତଙ୍କ ହରାଇ ନୂଆ ଦିଲ୍ଳୀରେ କ୍ଷମତା ଦଖଲ କରିଥିଲେ । ତେଣୁ ଏଥର କିଏ ମାରିବ ବାଜି ତା ଉପରେ ରହିଛି ସାରା ଦେଶର ନଜର ।