କନକ ବ୍ୟୁରୋ: ଆସନ୍ତାକାଲି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବାହାଘର । ଆଉ ଏହା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଂଚିଲାଣି । କରୋନା କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟାର ବନ୍ଧୁ ବାନ୍ଧବ ଘରକୁ ଆସିବାକୁ ଲାଗିଲେଣି । ରୀତିନୀତି ଅନୁସାରେ ଘରେ ବାହାଘର ହେଲେ ମାମୁଁ ଘରୁ ମଉଳା ଭାର ଆସିଥାଏ । ତେବେ ଆଜି ସମ୍ବଲପୁର ଝାଡୁଆପଡାର କନ୍ୟା ପିତାମାତାଙ୍କ ଘରକୁ ଭାର ଆସି ସାରିଛି । ଭାର ଆସିବା ପରେ କନ୍ୟା ଘର ଲୋକେ ଭବ୍ୟ ସ୍ୱାଗତ କରିଛନ୍ତି ।
ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ପରମ୍ପରା ଆଧାରରେ ଝିଅ ବାହାଘର ପାଇଁ ପାର୍ବତୀଙ୍କ ମାମୁଁ ଘରୁ ଆସିଲା ମଉଳା ଭାର ।
/kanak/media/post_attachments/wp-content/uploads/2021/06/ba8bc8ed-f7ca-4bb9-afdb-f8a3c75b8bd4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)