ଆସନ୍ତାକାଲି ସିଇସିର ଚୂଡାନ୍ତ ବୈଠକ । ଦଳୀୟ କର୍ମୀଙ୍କ ଅସନ୍ତୋଷକୁ ଗମ୍ଭୀରତାର ସହ ନେଇଛି ସିଇସି

ଆସନ୍ତାକାଲି ସିଇସିର ଚୂଡାନ୍ତ ବୈଠକ । ଦଳୀୟ କର୍ମୀଙ୍କ ଅସନ୍ତୋଷକୁ ଗମ୍ଭୀରତାର ସହ ନେଇଛି ସିଇସି

source : google

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ରୂପରେଖ ନିର୍ଣ୍ଣୟ କରିପାରେ। ସେ ଦିନ ସିଇସିର ଚୂଡାନ୍ତ ବୈଠକ ବସିବ। କଂଗ୍ରେସ ଦ୍ବାରା ଘୋଷିତ ପ୍ରାର୍ଥୀ ତାଲିକା ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଗମ୍ଭୀରତାର ସହିତ ନେଇଛି ସିଇସି। ଆଗାମୀ ଦିନରେ ଏଭଳି ଅସନ୍ତୋଷ ଓ ପ୍ରାର୍ଥୀ ଚୟନରେ ଯେପରି ହଟଚମଟ ନ ହୁଏ, ସେଥିପ୍ରତି ଧ୍ୟାନଦେବ କମିଟି। ସେହିପରି ସିପିଆଇ, ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତିିମୋର୍ଚା ସହିତ କଂଗ୍ରେସ ଦଳର ଆସନ ବୁଝାମଣା ହୋଇଛି। ତେବେ ସେହି ଦଳମାନଙ୍କୁ କଂଗ୍ରେସ କେତେସଂଖ୍ୟକ ଲୋକସଭା ଓ ବିଧାନସଭା ଆସନ ଛାଡ଼ିବ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ୩ଟି ଲୋକସଭା ଯଥା: ଆସ୍କା, ଭୁବନେଶ୍ବର ଓ ମୟୂରଭଞ୍ଜ ଆସନ ଯଥାକ୍ରମେ ସିପିଆଇ, ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତିିମୋର୍ଚାକୁ ଛାଡ଼ିଦେବା ଏକପ୍ରକାର ଚୂଡ଼ାନ୍ତ। ୧୦ଟି ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ନେତାମାନେ ଚିନ୍ତା କରୁଛନ୍ତି।

publive-image image courtesy - en.wikipedia.org

କିନ୍ତୁ ସହଯୋଗୀମାନେ ଅଧିକ ଆସନ ଦାବି କରୁଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କୁ ପ୍ରାର୍ଥୀ ଚୟନରେ ସେତେଟା ଗୁରୁତ୍ବ ଦିଆଯାଇନଥିବା ଦଳୀୟ ନେତାମାନେ ଅନୁଭବ କରୁଛନ୍ତିି। ସିଇସି ବୈଠକରେ ଏହି ପ୍ରସଙ୍ଗକୁ ଗୁରତ୍ବ ଦିଆଯିବ ବୋଲି ସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲା। ଫଳରେ ଫଳାଫଳ ବିଗିଡ଼ି ଯାଇଥିଲା। ଏଥର ଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛି ଏଆଇସିସି। ସିଇସି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ଘୋଷଣା ହେବା ପରେ ରାହୁଲ ପୁଣି ଓଡ଼ିଶାରେ ନିର୍ବାଚନ ପ୍ରଚାର ବ୍ୟାପକ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe