ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

1,449

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ରବିବାର ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ । କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ତେବେ ଏହିି ସମୟରେ କେଉଁ ନିଷ୍ପତ୍ତି ନିଆଯିବ ସେନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ଏ ସମ୍ବନ୍ଧରେ ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ସୂଚନା ଦେଇଛି ।