୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ: ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । କେମିତି ସୁରୁଖୁରୁରେ ଚାଲିବ ଗୃହ ଆଲୋଚନା କରିବେ ବାଚସ୍ପତି ।

115

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି । କାରଣ ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ତେଣୁ ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହେବ । ତେଣୁ ସବୁ ଦଳର ବିଧାୟକମାନଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ କହିଛନ୍ତି ବାଚସ୍ପତି ।

ଅନ୍ୟପଟେ ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ତେବେ ଫେବ୍ରୁଆରି ୧୮ରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ । ଆଉ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ ବୋଲି ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ୧୪ରୁ ୨୯ ଫେବ୍ରୁଆରୀ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବାକୁ ଥିବାବେଳେ ୧୧ ମାର୍ଚ୍ଚରୁ ଆରମ୍ଭ, ୯ ଏପ୍ରିଲରେ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବ । ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶି ଲାଲ ନିଜର ଅଭିଭାଷଣ ରଖିବେ । ଫେବ୍ରୁଆରି ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ ।