କନକ ବ୍ୟୁରୋ: ଦୁବାଇ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଟି-୨୦ ୱାର୍ଲଡ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଆସନ୍ତାକାଲି ସନ୍ଧ୍ୟା ୭ଟା ୩୦ମିନିଟରେ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ଦୀର୍ଘ ଦିନ ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ପଡିଆକୁ ଟିମ ଇଣ୍ଡିଆ ଓହ୍ଲାଇବ ଏବଂ ସେପଟେ ବାବର ଆଜମଙ୍କ ନେତତ୍ୱରେ କଡା ଟକ୍କର ଦେବ ପାକିସ୍ତାନ ।
ଆଇସିସିର ଟି-୨୦ ୱାର୍ଲଡ କପରେ ଷଷ୍ଠଥର ପାଇଁ ଦୁଇ ଟିମ ମଧ୍ୟରେ ଆସନ୍ତାକାଲି ହେବାକୁ ଯାଉଛି । କ୍ରିକେଟ ତାରକା ଖଚିତ ଉଭୟ ଦଳ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ତେବେ ମ୍ୟାଚ ଆଗରୁ ଦୁଇ ଦଳର କପ୍ତାନଙ୍କ ବୟାନ ସରଗରମ ଚର୍ଚ୍ଚା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/22-27.jpg)