କାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ: ମ୍ୟାଚ୍ ପୂର୍ବରୁ ଅଧିନାୟକ କୋହଲିଙ୍କ ବୟାନ, ମ୍ୟାଚ୍ ଜିତିବାକୁ ଅଛି ଲକ୍ଷ୍ୟ

189

କନକ ବ୍ୟୁରୋ: ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଟି-ଟ୍ୱେଂଟି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ମାତ୍ ଦେବାକୁ ଦଳ ଲକ୍ଷ୍ୟ ରଖିଥିବା କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଦସ୍ୱବ ଦଳ ମଧ୍ୟରେ ଜୋରଦାର ସଂଘର୍ଷ ଦେଖାଯିବ ବୋଲି ଆଶା କରାଯାଉଛି । ମ୍ୟାଚ ପୂର୍ବରୁ ବିରାଟ ପ୍ରେସ କନଫରେନ୍ସ କରି ନିଜ ପ୍ରସ୍ତୁତି ବିଷୟରେ କହିଛନ୍ତି । ସେହିପରି ସାମିଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ମଧ୍ୟ ଜବାବ ରଖିଛନ୍ତି ଅଧିନାୟକ କୋହଲି ।

ଟି-୨୦ ୱାଲଡ କପ ମହାକୁମ୍ଭରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ଦୁବାଇ ଇଂଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଲଢୁଆ ଦଳ । ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଟିମ୍ । ତେବେ ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି କହିଛନ୍ତି ଆମର ସମ୍ପୂର୍ଣ୍ଣ ଫୋକସ ଖେଳ ଉପରେ ରହିବ । ସାମ୍ବାଦିକ ସମ୍ମିଳନୀ କରି ବିରାଟ କହିଛନ୍ତି ଉଭୟ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ଦଳ ବେଶ ଅନୁଭବୀ । ସେହିପରି ହାର୍ଦ୍ଧିକ ପାଣ୍ଡ୍ୟା ପୁରା ଫିଟ ଥିବା ନେଇ ସଂକେତ ଦେଇଛନ୍ତି କୋହଲି ।

ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ଗୋଟିଏ ମ୍ୟାଚ ଖେଳି ପରାଜୟ ହୋଇଛନ୍ତି । ତେବେ ଭାରତୀୟ ଦଳ ଏହି ମ୍ୟାଚ ଜିତି ସେମିଫାଇନାଲ ରେସରେ ସ୍ଥାନ ସୁରକ୍ଷିତ ରଖିବାକୁ ଜୋରଦାର ଅଭ୍ୟାସ କରିଥିବା ଅଧିନାୟକ କୋହଲି କହିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ପରଜାୟ ପରେ ସାମିଙ୍କୁ କରାଯାଉଥିବା ଟାର୍ଗେଟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି କୋହଲି । ସୋସିଆଲ ମିଡିଆ ସାହାଯ୍ୟରେ କିଛି ଅପବ୍ୟବହାରୀ ଲୋକଙ୍କୁ ସମାଲୋଚନା କରୁଛନ୍ତି । ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବାର କୌଣସି ଅଧିକାର ନାହିଁ ବୋଲି ବିରାଟ କହିଛନ୍ତି ।

କ୍ରିକେଟର ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ । ଏହାସହ ଆଗାମୀ ମ୍ୟାଚ ଆତ୍ମବିଶ୍ୱାସ ସହ ଭାରତ ଖେଳିବ ବୋଲି କ୍ୟାପଟେନ କୋହଲି କହିଛନ୍ତି ।