କନକ ବ୍ୟୁରୋ: ରାତି ପାହିଲେ ନୂଆଁଖାଇ- ପଶ୍ଚିମ ଓଡିଶାର ଗଣପର୍ବ । କରୋନା କଟକଣା ଏହି ଉତ୍ସାହ ଉଦ୍ଦିପନାର ଉତ୍ସବକୁ କରି ଦେଇଛି ଫିକା । ସାମୁହିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗି ରହିଥିବା ବେଳେ ଘରେ ଘରେ ଲୋକେ ଏହି ଉତ୍ସବ ପାଳିବେ । ତେବେ ଏଥିପାଇଁ ସର୍ବନିମ୍ନ ପ୍ରସ୍ତୁତି ଶେଷ ହୋଇଛି ।

Advertisment

ପରମ୍ପରା ଅନୁସାରେ ଆସନ୍ତାକାଲି ସ୍ଥାନୀୟ ଅଂଚଳର ଲଗ୍ନ ଅନୁସାରେ ଲୋକେ ନୂଆଧାନରେ ପ୍ରସ୍ତୁତ ଚୁଡାକୁ ଭୋଗ ଲଗାଇବା ପରେ ନବାହ୍ନ ପାଳନ କରିବେ । ଏହି କୃଷି ଭିତିକ ପର୍ବ ସହ ଭାଇଚାରାର ପର୍ବ ଭାବେ ପାଳନ ହୋଇଥାଏ । ଅନ୍ୟପଟେ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଆସିଛି ଆଉ ଏକ ନିରାଶାଜନକ ଖବର । ନୂଆଖାଇ ଅବସରରେ ସମଲେଶ୍ୱରୀ ମନ୍ଦିର ନଆସିବାକୁ ମନ୍ଦିର ଟ୍ରଷ୍ଟ ନିବେଦନ କରିଛି ।

ତେବେ ଏଥର ନୂଆଁଖାଇରେ ବନ୍ଦ ରହିବ ସାଧାରଣ ଦର୍ଶନ । ତେଣୁ ମାଆଙ୍କର ପୁରା ରୀତିନୀତି ସାମାଜିକ ଗଣମାଧ୍ୟମ ଜରିଆରେ ଦେଖିହେବ । ଚଳିତ ବର୍ଷ ନୂଆଖାଇରେ ମନ୍ଦିରରୁ ବାହାରିବନି ନବାନ୍ନ । ତେଣୁ ଏଥର ନୂଆଖାଇ ଅବସରରେ ପଶ୍ଚିମଓଡିଶାବାସୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରୁ ନବାନ୍ନ ପାଇବାରୁ ବଂଚିତ ରହିବେ । ତେବେ ସମସ୍ତଙ୍କୁ ଅନଲାଇନରେ ଜରିଆରେ ମାଆଙ୍କ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି ।