ପିଆଜ ତ ବଢିଲା ଟମାଟ କାଇଁ ଛାଡିବ ! ୮୦ ଟଙ୍କାରେ ପହଁଚିଲା ଟମାଟର ଦର , ଜାଣନ୍ତୁ କାହିଁକି ବଢୁଛି ପରିବାର ଦାମ୍ ? 

ପିଆଜ ତ ବଢିଲା ଟମାଟ କାଇଁ ଛାଡିବ ! ୮୦ ଟଙ୍କାରେ ପହଁଚିଲା ଟମାଟର ଦର , ଜାଣନ୍ତୁ କାହିଁକି ବଢୁଛି ପରିବାର ଦାମ୍ ? 

ପିଆଜ ପରେ ଏବେ ଟମାଟର ଦାମ୍ ଆକାଶଛୁଆଁ ହୋଇଛି । ଗତ ଏକ ସପ୍ତାହ ମଧ୍ୟରେ ୩୦ ରୁ ୪୦ ଟଙ୍କା ପ୍ରତି କିଲୋ ଦରରେ ମିଳୁଥିବା ଟମାଟ ଏବେ ୮୦ ଟଙ୍କା ପାଖାପାଖି ପହଁଚି ଗଲାଣି । ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ଦାମ୍ କମି ୭୪.୦୪ ଟଙ୍କା ହୋଇଯାଇଛି । ଗତ ୧୦ ଦିନ ଭିତରେ ଦିଲ୍ଲୀରେ ଟମାଟର ଦର ଦେଢ ଗୁଣା ବଢିଛି । ଦିଲ୍ଲୀରେ ବର୍ତ୍ତମାନ ଟମାଟ ମହାରାଷ୍ଟ୍ର , କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରୁ ଆସୁଛି । ବ୍ୟବସାୟୀଙ୍କ କହିବାନୁସାରେ , କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ହୋଇଥିବା ଲଗାଣ ବର୍ଷା କାରଣରୁ ଫସଲ ଖରାପ ହୋଇଯାଇଛି । ଯେଉଁଥିପାଇଁ ବଜାରରେ ପର୍ଯ୍ୟାପ୍ତକ୍ରମେ ଟମାଟର ଅଭାବ ପଡୁଛି ଏବଂ ମୂଲ୍ୟ ବଢୁଛି ।

publive-image

ଆକାଶଛୁଆଁ ହେଲା ପରିବା ଏବଂ ଫଳର ଦାମ୍ : ଦିଲ୍ଲୀ , ନୋଏଡା, ଫରିଦାବାଦ ଏବଂ ଗୁରୁଗ୍ରାମ୍ ରେ ପିଆଜର ଦାମ୍ ୬୦ ରୁ ୮୦ ଟଙ୍କା ପ୍ରତିକିଲୋ ଥିବା ବେଳେ ଟମାଟର ଦାମ୍ ୮୦ ଟଙ୍କା ରହିଛି । ଅନ୍ୟ ପରିବା ମଧ୍ୟରେ କୋବି ୮୦ ରୁ ୧୦୦ ଟଙ୍କା ଥିବା ବେଳେ କଦଳୀ ପ୍ରତି ଡଜନ ୫୦ ଟଙ୍କା , ସେଓ ୯୦ ରୁ ୧୫୦ ଟଙ୍କା ହୋଇଯାଇଛି ।

publive-image

କାହିଁକି ମହଙ୍ଗା ହେଉଛି ଟମାଟ : ବ୍ୟବସାୟୀଙ୍କ କହିବାନୁସାର , ମୌସୁମୀ ଋତୁ ତଥା ସେପ୍ଟେମ୍ବର ମାସର ଅନ୍ତିମ ସପ୍ତାହରେ ଲଗାଣ ବର୍ଷା ହେବା କାରଣରୁ ଫସଲ ଖରାପ ହୋଇଯାଇଛି । ଶୀଘ୍ର ଖରାପ ହୋଇଥିବା ପରିବା ହେଉଛି ଟମାଟ । ଏଭଳି ସ୍ଥିତିରେ ବର୍ଷା ହେବା ଦ୍ୱାରା ଅଧିକ କ୍ଷତି ସହିବାକୁ ପଡିଛି । ଯେଉଁ କାରଣରୁ ଦାମ୍ ବି ଦୁଇଗୁଣା ବଢିଛି । ବର୍ତ୍ତମାନ ପିଆଜର ବର୍ଦ୍ଧିତ ଦରକୁ କାବୁ କରିବା ପାଇଁ ସରକାର ରପ୍ତାନୀ ଉପରେ ରୋକ୍ ଲଗାଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe