ଦ୍ରୁତଗତିରେ କମୁଛି ବିଲାତି ଦର ! କିଲୋ ପିଛା ୩ରୁ୪ ଟଙ୍କାରେ ହେଉଛି ବିକ୍ରି, ଏପଟେ ଅଦିନିଆ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା ।

Advertisment
ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କୃଷକଙ୍କ କଡ଼ା ଜବାବ ! ସଢ଼ି ଗଲେ ବି ଶତ୍ରୁ ଦେଶକୁ ଟମାଟୋ ବିକ୍ରି ନକରିବା ପାଇଁ ନିଷ୍ପତ୍ତି

image courtesy - rottenraw.com

କନକ ବ୍ୟୁରୋ : ଦ୍ରୁତଗତିରେ ହ୍ରାସ ପାଉଛି ଟମାଟୋ ଦର । ଯେଉଁଥିପାଇଁ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ସମ୍ବଲପୁର ଜିଲ୍ଲାରେ ଟମାଟୋ ମୂଲ୍ୟ ଦଶ ଦିନରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଚାଷୀ କିଲୋ ୫ ଟଙ୍କାରୁ ମଧ୍ୟ କମିବାକୁ ଲାଗିଲାଣି  । ୩ ରୁ ୪ ଟଙ୍କା କିଲୋ ଥିଲାବେଳେ ଗତକାଲିର ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଟମାଟୋ ସବୁ ନଷ୍ଟ ହେବା ଚାଷୀଙ୍କୁ ଅଧିକ ଚିନ୍ତାରେ ପକାଇଛି । ଫଳରେ ଖର୍ଚ୍ଚ କରିଥିବା ଟଙ୍କା ମିଳିବା ସମ୍ଭାବନା ନଥିବା ବେଳେ କ୍ଷତି ସହିଲାଣି ଚାଷୀ  ।

ଏପଟେ ଗତକାଲି ଅଚାନକ ବର୍ଷା ଯୋଗୁଁ ଟମାଟୋ ଗୁଡିକ ନଷ୍ଟ ହେବା ଆଶଙ୍କା ଦେଖାଯାଇଛି  । ଫଳରେ ଚାଷୀ ଚିନ୍ତାରେ ଥିବାବେଳେ କେତେକ ଚାଷୀ ଟମାଟୋର ରେଟ୍ ନଥିବାରୁ, ବାଡିରୁ ତୋଳୁ ନଥିବାର ମଧ୍ୟ ଦେଖାଯାଇଛି  । ସମ୍ବଲପୁର ଜିଲ୍ଲା ତବଲା ଗାଁରେ ଚାଷୀମାନଙ୍କର ବିଲାତି କ୍ଷେତରେ ବିଲାତି ପାଚି ଝୁଲୁଥିଲେ ମଧ୍ୟ ତୋଳିବାକୁ ମଙ୍ଗୁ ନାହାନ୍ତି ଚାଷୀମାନେ । କାରଣ ଟମାଟୋର ଅଭାବି ବିକ୍ରି ।

ଏଭଳି ସ୍ଥିତି ଲାଗି ରହିଲେ ଆଗାମି ଦିନରେ ଟମାଟୋର ରେଟ୍ ଆହୁରି କମିବାର ସମ୍ଭାବନା ରହିଛି । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଉତ୍ପାଦନ କରୁଥିବା ଟମାଟୋ, ଗଚ୍ଛିତ ମଧ୍ୟ ରଖିପାରୁ ନାହାନ୍ତି ।  ଅନ୍ୟପଟେ କିଛିଦିନ ଆଗରୁ ହୋଇଥିବା ବର୍ଷା ଯୋଗୁଁ ଟମାଟୋ ବ୍ୟାପକ ନଷ୍ଟ ହୋଇଥିବା ବେଳେ କ୍ଷତି ସହିବାକୁ ପଡୁଛି ଚାଷୀକୁ  । ଫଳରେ ଚାଷୀ ନୀରବଦ୍ରଷ୍ଠା ହୋଇ ରହିଛି । ଏପଟେ ରାଜ୍ୟ ସରକାର ଶୀତଳ ଭଣ୍ଡାର ଯୋଗାଇ ଦେବାପାଇଁ ଚାଷୀମାନେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe