କନକ ବ୍ୟୁରୋ : ଦ୍ରୁତଗତିରେ ହ୍ରାସ ପାଉଛି ଟମାଟୋ ଦର । ଯେଉଁଥିପାଇଁ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ସମ୍ବଲପୁର ଜିଲ୍ଲାରେ ଟମାଟୋ ମୂଲ୍ୟ ଦଶ ଦିନରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଚାଷୀ କିଲୋ ୫ ଟଙ୍କାରୁ ମଧ୍ୟ କମିବାକୁ ଲାଗିଲାଣି । ୩ ରୁ ୪ ଟଙ୍କା କିଲୋ ଥିଲାବେଳେ ଗତକାଲିର ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଟମାଟୋ ସବୁ ନଷ୍ଟ ହେବା ଚାଷୀଙ୍କୁ ଅଧିକ ଚିନ୍ତାରେ ପକାଇଛି । ଫଳରେ ଖର୍ଚ୍ଚ କରିଥିବା ଟଙ୍କା ମିଳିବା ସମ୍ଭାବନା ନଥିବା ବେଳେ କ୍ଷତି ସହିଲାଣି ଚାଷୀ ।
ଏପଟେ ଗତକାଲି ଅଚାନକ ବର୍ଷା ଯୋଗୁଁ ଟମାଟୋ ଗୁଡିକ ନଷ୍ଟ ହେବା ଆଶଙ୍କା ଦେଖାଯାଇଛି । ଫଳରେ ଚାଷୀ ଚିନ୍ତାରେ ଥିବାବେଳେ କେତେକ ଚାଷୀ ଟମାଟୋର ରେଟ୍ ନଥିବାରୁ, ବାଡିରୁ ତୋଳୁ ନଥିବାର ମଧ୍ୟ ଦେଖାଯାଇଛି । ସମ୍ବଲପୁର ଜିଲ୍ଲା ତବଲା ଗାଁରେ ଚାଷୀମାନଙ୍କର ବିଲାତି କ୍ଷେତରେ ବିଲାତି ପାଚି ଝୁଲୁଥିଲେ ମଧ୍ୟ ତୋଳିବାକୁ ମଙ୍ଗୁ ନାହାନ୍ତି ଚାଷୀମାନେ । କାରଣ ଟମାଟୋର ଅଭାବି ବିକ୍ରି ।
ଏଭଳି ସ୍ଥିତି ଲାଗି ରହିଲେ ଆଗାମି ଦିନରେ ଟମାଟୋର ରେଟ୍ ଆହୁରି କମିବାର ସମ୍ଭାବନା ରହିଛି । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଉତ୍ପାଦନ କରୁଥିବା ଟମାଟୋ, ଗଚ୍ଛିତ ମଧ୍ୟ ରଖିପାରୁ ନାହାନ୍ତି । ଅନ୍ୟପଟେ କିଛିଦିନ ଆଗରୁ ହୋଇଥିବା ବର୍ଷା ଯୋଗୁଁ ଟମାଟୋ ବ୍ୟାପକ ନଷ୍ଟ ହୋଇଥିବା ବେଳେ କ୍ଷତି ସହିବାକୁ ପଡୁଛି ଚାଷୀକୁ । ଫଳରେ ଚାଷୀ ନୀରବଦ୍ରଷ୍ଠା ହୋଇ ରହିଛି । ଏପଟେ ରାଜ୍ୟ ସରକାର ଶୀତଳ ଭଣ୍ଡାର ଯୋଗାଇ ଦେବାପାଇଁ ଚାଷୀମାନେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/tomato-farming-in-nigeria-comprehensive-business-plan-eboo-template-india-pdf-sample-hindi-example-doc-south-africa-1024x680.jpg)