ବିଶିଷ୍ଟ ଅଭିନେତା ଟମ ଅଲଟରଙ୍କ ମୁମ୍ବାଇରେ ପରଲୋକ

48

କନକ ବ୍ୟୁରୋ : ବିଶିଷ୍ଟ ଅଭିନେତା ଟମ ଅଲଟରଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ tom-alter-480ହୋଇଥିଲା । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଟମ ଅଲଟର ଟେଲିଭିଜନ ଓ ଫିଲ୍ମ ସହ ଥିଏଟରରେ ବି ସକ୍ରିୟ ଥିଲେ । ମୁମ୍ବାଇର ସୈଫ ହସପିଟିଲାରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଟମ ଅଲଟର ପ୍ରାୟ ୩ ଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୯୦ ଦଶକର ପ୍ରସିଦ୍ଧ ସିରିଏଲ ଜୁନୁନରେ ତାଙ୍କ ଅଭିନୟ ସବୁଦିନ ପାଇଁ ମନେ ରହିବ । ୧୯୭୬ରେ ଧର୍ମେନ୍ଦ୍ରଙ୍କ ଫିଲ୍ମ ଚରସ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । କଳା ଓ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟମ ଅଲଟରଙ୍କୁ ପଦ୍ମଶ୍ରୀ ବି ଦିଆଯାଇଥିଲା । ଅଭିନେତା ନାସିରଉଦ୍ଦିନ ଶାହଙ୍କ ସହ ମିଶି  ଟମ ଅଲଟର ୧୯୭୭ରେ ଏକ ଥିଏଟର ଗ୍ରୁପ ବି ଗଠନ କରିଥିଲେ ।