ଟ୍ରାଫିକ୍ ପାଇଁ ରାଜ୍ୟ ସରକାର ଜାରି କଲେ ଟୋଲ୍ ଫ୍ରି ନମ୍ବର । ସମସ୍ତ ଆରଟିଓରେ ଖୋଲିଲା ହେଲ୍ପ ଡେସ୍କ, ଲୋକଙ୍କ ସମସ୍ୟାର ଶୀଘ୍ର ହେବ ସମାଧାନ ।

865

କନକ ବ୍ୟୁରୋ : ମୋଟର ଯାନ ଆଇନରେ ସହାୟତା ପାଇଁ ଖୋଲିଲା ହେଲ୍ପ ଡେସ୍କ । ହେଲ୍ପ ଡେସ୍କର ଟୋଲ୍ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଆଜି ରାଜଧାନୀର ରାଜମହଲ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୋଲିସ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଲାଠି ଚାଳନା କରିଥିଲା ପୋଲିସ ।

ଆଉ ଏହି ଘଟଣା ପରେ ଟ୍ରାଫିକ ନିୟମ ନେଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆଜି ହେଲ୍ପ ଡେସ୍କ ଖୋଲିଛନ୍ତି ରାଜ୍ୟ ସରକାର । ଆଉ ଏନେଇ ଜାରି କରାଯାଇଛି ଟୋଲ୍ ଫ୍ରି ନମ୍ବର । ଟୋଲ୍ ଫ୍ରି ନମ୍ବରଟି ହେଉଛି ୧୮୦୦-୩୪୫-୧୦୭୩ । ରାଜ୍ୟର ସମସ୍ତ ଆରଟିଓରେ ଖୋଲିବ ହେଲ୍ପ ଡେସ୍କ । ବିଶେଷ କରି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସହାୟତା କରିବ ହେଲ୍ପ ଡେସ୍କ । ସକାଳ ୮ଟାରୁ ରାତି ୧୦ଟା ଯାଏଁ ଏହି ସହାୟତା କେନ୍ଦ୍ର ଖୋଲାରହିବ ।