ଲକଡାଉନରେ ଅସୁବିଧାରେ ପଡ଼ିବେନି ଚାଷୀ । ‘ଆମ କୃଷି’ ନାମରେ ସରକାର ଜାରି କଲେ ନିଶୁଳ୍କ ଟେଲିଫୋନ୍ ସେବା, ଫୋନ୍ କରି ସମସ୍ୟା କହିବେ କୃଷକ ।

798

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ୍ ଥିବା ବେଳେ କୃଷକ ଭାଇ ଓ ଭଉଣୀମାନଙ୍କ ସହଯୋଗ ପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ଆମ କୃଷି’ ନାମରେ ଏକ ନିଶୁଳ୍କ ଟେଲିଫୋନ୍ ସେବା ଆରମ୍ଭ କରିଛନ୍ତି । ୧୮୦୦୧୦୨୫୧୬୬ – ଏହି ନମ୍ବରରେ ଫୋନ୍ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବୈଷୟିକ ସମସ୍ୟାର ସମାଧାନ ଜାଣିବା ପାଇଁ କୃଷକ ଭାଇ ଓ ଭଉଣୀମାନଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏହି ନମ୍ବର ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ ।

ପ୍ରତି ସୋମବାରରୁ ଶନିବାର ଦିନ ୧୨ଟାରୁ ରାତି ୮ଟା ଯାଏଁ ଏହି ନମ୍ବର ଖୋଲା ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ରାତି ୮ଟା ପରେ କେହି ଫୋନ୍ ନଉଠାନ୍ତି, ତେବେ କୃଷକ ଭାଇ ଓ ଭଉଣୀମାନଙ୍କର ପ୍ରଶ୍ନ ରେକର୍ଡ ହୋଇଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।