ପୁଣି ଟୋଲ୍ ପ୍ଲାଜା ଗାର୍ଡଙ୍କୁ ଆକ୍ରମଣ ! ନିୟମ ଭାଙ୍ଗିବାରୁ ଟୋଲ୍ ପ୍ଲାଜା କର୍ମଚାରୀ ମାଗିଲେ ଟଙ୍କା, ରାଗରେ ଆସି ମୁଣ୍ଡରେ ଡ୍ରମ୍ ମାରିଲେ ଡ୍ରାଇଭର୍ ।

107

ହରିୟାଣାର ଟୋଲପ୍ଲାଜାରେ ଶନିବାର ଜଣେ ଗାର୍ଡଙ୍କ ଉପରକୁ ୨ ଜଣ ଲୋକ ଆକ୍ରମଣ କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ସୁଚନା ଅନୁସାରେ , ଟୋଲ୍ ଗେଟର ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବାହାଦୂରଗଡ଼ ପାଖରେ ଥିବା ହାଇୱେ ୯ ରେ ହୋଇଥିବା ଏହି ସମ୍ପୁର୍ଣ୍ଣ ଘଟଣାର ଭିଡିଓ ଏବେ ସିସିଟିଭିରେ କଏଦ୍ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ ଧଳା ସାର୍ଟ ପିନ୍ଧା ବ୍ୟକ୍ତିଙ୍କ ସହ ଗାର୍ଡଙ୍କ ଝଗଡା ହେଉଛି । ଯାହାପରେ ସେ ଗାର୍ଡଙ୍କୁ ଧକ୍କା ଦେଇ ମାରିବାକୁ ଆସୁଛନ୍ତି । କିଛି ସମୟ ପରେ ଏକ ମାରୁତି ଆର୍ଟିଗା କାରରୁ ଜଣେ ବ୍ୟକ୍ତି ବାହାରକୁ ଆସି ଗାର୍ଡଙ୍କୁ ପିଟିବାକୁ ଲାଗୁଛନ୍ତିି ଏବଂ ଏକ ଡ୍ରମ୍ ଧରି ତାଙ୍କ ମୁଣ୍ଡକୁ ମାରୁଛନ୍ତି । ମୁଣ୍ଡରେ ଆଘାତ ହେବା ଦ୍ୱାରା ଗାର୍ଡ ଜଣକ ଉକ୍ତ ସ୍ଥାନରେ ହିଁ ଅଚେତ ହୋଇଯାଉଛନ୍ତି ।

ତତକ୍ଷଣାତ୍ ଟୋଲ୍ ଗେଟ୍ ଅତିକ୍ରମ କରୁଥିବା କିଛି ଲୋକ ଦୁଇ ଆକ୍ରମଣକାରୀଙ୍କୁ ଧରୁଥିବା ଦେଖାଯାଉଛି । ଏହି ଆକ୍ରମଣ ଦ୍ୱାରା ଜଣାପଡୁଛି ଯେ କିଭଳି ଜଣେ ଟୋଲ୍ ପ୍ଲାଜା କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ କାମରେ ଯାଉଛି । ଟୋଲ୍ କର୍ମୀଙ୍କ ଉପରେ ଡ୍ରାଇଭର୍ ଙ୍କ ଏଭଳି ଆକ୍ରମଣାତ୍ମକ ମନୋଭାବର ଏହା ପ୍ରଥମ ଖବର ନୁହେଁ ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଖବର ଦେଖିବାକୁ ମିଳିଛି । ଗତ ସପ୍ତାହରେ ହିଁ ଗୁରୁଗ୍ରାମର ଟୋଲପ୍ଲାଜାରେ ଜଣେ ମହିଳା କର୍ମଚାରୀଙ୍କ ଉପରେ ଜଣେ ବ୍ୟକ୍ତି ହାତ ଉଠାଇବା ମାମଲା ସାମ୍ନାକୁ ଆସିଥିଲା । ଯାହା ଖେଡକି ଧୋଲା ଟୋଲ୍ ପ୍ଲାଜାରେ ଘଟିଥିଲା । ଜୁନ୍ ମାସରେ ଏହି ଟୋଲ୍ ପ୍ଲାଜାରେ ଜଣେ କର୍ମୀଙ୍କୁ କାର୍ ର ବୋନଟ୍ ରେ ଘୋଷାଡି ନେଉଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।