ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ : ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

Advertisment
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ : ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

କନକ ବ୍ୟୁରୋ : ୪୧ ବର୍ଷ ପରେ ଇତିହାସ ରଚିଲା ଭାରତ ପୁରୁଷ ହକି ଟିମ୍ । ଜର୍ମାନୀକୁ ୫-୪ ଗୋଲରେ ହରାଇ ଦମଦାର ବିଜୟ ହାସଲ କରିଛି ଦଳ । ଦେଶ ପାଇଁ ହାତେଇଛି ବୋଞ୍ଚ ପଦକ ଆଣିଛି ଦଳ । ପଦକ ପାଇଁ ଲଢେଇରେ ଭାରତର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି ସିମରନଜିତ୍ । ସେହିଭଳି ହରମନପ୍ରୀତ, ହାର୍ଦ୍ଦି, ରୁପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି ।

ଭାରତ ପାଖରେ ଜବାବ ଦେବାକୁ ସୁଯୋଗ ଥିଲେ ଅଳ୍ପକେ ଟିମ ହାତରୁ ଗୋଲ ଖସିଥିଲା । ଗୋଲ ବି କିଛି ସମୟ ପରେ ଲଗାତାର ଦୁଇଟି ଗୋଲ ଦେଇଥିଲେ ।ଏହାପରେ ପୁଣି ଭାରି ପଡିଥିଲା ଜର୍ମାନୀ । ସେ ବି ଲଗାତାର ଦୁଇଟି ଗୋଲ ଟକ୍କର ବରାବର କରିଥିଲେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଜମାନୀ ଉପରେ ଭାରି ପଡିଥିଲା । ଲଗାତାର ଦୁଇଟି ଗୋଲ ଦେଇ ୫-୪ ଗୋଲରେ ବିଜୟ ହାସଲ କରିଥିଲା । ପ୍ରଥମ ହାପରେ ସିମନରନ ଜିତ୍ ଜର୍ମାନୀକୁ କଡା ଟକର ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରୁପିନ୍ଦର ଦଳ ପାଇଁ ଗୋଲ ଦେଇ ଦଳକୁ ବିଜୟ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe