ଟୋକିଓ ଅଲିମ୍ପିକ୍ସରେ ବଢୁଛି କରୋନା : ୩ ଆଥଲେଟଙ୍କ ସମେତ ଆଉ ୨୪ ନୂଆ ଆକ୍ରାନ୍ତ ନେଇ ଆୟୋଜକଙ୍କ ଘୋଷଣା

71

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଟୋକିଓ ଅଲିମ୍ପିକ୍ସର ଆୟୋଜକ ମାନେ ଗୁରୁବାର ୨୪ଟି ନୂଆ କରୋନା ମାମଲା ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରେ ୩ଜଣ ଆଥଲେଟଙ୍କ ସମେତ ବିଭିନ୍ନ ଖେଳ ସହ ଜଡ଼ିତ ୬ଜଣ ବ୍ୟକ୍ତି ଏବଂ ୧୫ଜଣ ଠିକାଦାର ରହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଏହା ଗୋଟିଏ ଦିନରେ ଚିହ୍ନଟ ହୋଇଥିବାର ସର୍ବାଧିକ ସଂକ୍ରମିତ । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୯୩ରେ ପହଂଚିଛି ।

ସେପଟେ, ଭାରତୀୟ ପୁରୁଷ ହକିରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ ହୋଇଛି । ଚାମ୍ପିଅନ୍ ଆର୍ଜେଂଟିନାକୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କଲା ଭାରତ । ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି ବିଜୟୀ ହୋଇଛି ଭାରତ । ତୃତୀୟ କ୍ୱାର୍ଟରରେ ପ୍ରଥମ ଗୋଲ ଦେଇଥିଲା ଭାରତ । ସେହିପରି ସପ୍ତମ ଦିନରେ ବ୍ୟାଡମିଂଟନ, ହକି, ତିରନ୍ଦାଜି ଓ ବକ୍ସରରେ ଦମଦାର ପ୍ରଦର୍ଶନ । କ୍ୱାର୍ଟର ଫାଇନାଲରେ ପହଂଚିଲେ ବକ୍ସର ସତୀଶ କୁମାର । ୯୧ କିଲୋଗ୍ରାମ ବର୍ଗରେ ସତୀଶ କୁମାର ଜାମାଇକାର ବକ୍ସର ରିକାର୍ଡୋଙ୍କୁ ୪-୧ରେ ହରାଇଛନ୍ତି ।