ପାରା ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ । ସୁଟିଂରେ ବାଜି ମାରିଲେ ୧୯ ବର୍ଷିୟା ଅବନୀ ଲେଖରା

74

କନକ ବ୍ୟୁରୋ: ଭାରତ ପାଇଁ ଖୁସି ଖବର । ପାରା ଅଲିମ୍ପିକ୍ସରେ ଦେଶ ପାଇଁ ସୁନାର ପଦକ ଆଣିଛନ୍ତି ମହିଳା ସୁଟର ଅବନୀ ଲେଖରା । ୧୯ ବର୍ଷିୟା ଅବନୀ ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଏସଏଚ୍ ୧ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୨୪୯.୬ ସ୍କୋର କରି ସେ ପ୍ରଥମ ହୋଇଥିଲେ ।

ସୂଚନା ମୁତାବକ, କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଅବନୀ ୨୧ ଜଣଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହି ଫାଇନାଲ ରାଉଣ୍ଡକୁ ପ୍ରବେଶ କରିଥିଲେ । ସେ ୬୦ଟି ସିରିଜର ୬ଟି ସଟ୍ ପରେ ୬୨୧.୭ ସ୍କୋର ଶ୍ରେଷ୍ଠ ୮ଜଣ ସୁଟରଙ୍କ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିବାକୁ ଯଥେଷ୍ଟ ଥିଲା । ଖେଳ ମହାକୁମ୍ଭରେ ପ୍ରଥମ ଥର ପାଇଁ ଭାଗ ନେଇଥିଲେ ଅବନୀ । ତାଙ୍କର ଏପରି ସଫଳତାରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଭବି୍େୟତରେ ଦେଶକୁ ଆହୁରି ମେଡାଲ ଭେଟିଦେବାକୁ ଇଚ୍ଛା ରଖିଥିବା କହିଛନ୍ତି ଅବନୀ ।
ଏହା ପୂର୍ବରୁ ଦୁଇଟି ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ଆଜି ଭାରତ ଖାତାରେ ସାମିଲ ହୋଇଛି । ଟେବୁଲ ଟେନିସରେ ଭାବିନାଙ୍କୁ ରୌପ୍ୟ ପଦକ, ପୁରୁଷ ବିଭାଗ ହାଇ ଜମ୍ପରେ ଭାରତର ନିଶାଦ କୁମାରଙ୍କୁ ରୌପ୍ୟ ଓ ଡିସ୍କସ ଥ୍ରୋରେ ବିନୋଦ କୁମାରଙ୍କୁ କାଂସ୍ୟ ପଦକ ମିଳିଛି ।