ଟୋକିଓ ପରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ବିନୋଦ କୁମାରଙ୍କୁ ଝଟକା । କ୍ରିଡା ନିରୀକ୍ଷକଙ୍କ ବିଶ୍ଳେଷଣ ପରେ ଫେରାଇ ନିଆଗଲା ପଦକ

226

କନକ ବ୍ୟୁରୋ : ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ସୋମବାର ଦିନ ପଦକ ବର୍ଷା ହୋଇଥିଲା । ସୁଟିଂରେ ଭାରତକୁ ସ୍ୱର୍ଣ୍ଣ ମିଳିଥିବା ବେଳେ ଜାଭଲିନ୍ ଥ୍ରୋ ଓ ଡିସକସ ଥ୍ରୋରେ ରୋପ୍ୟ ପଦକ ମିଳିଥିଲା । ଏହାରି ମଧ୍ୟରେ ଭାରତ ପାଇଁ ଏକ ଦୁଖ ଖବର ଆସିଛି । ଭାରତକୁ ଡିସକସ୍ ଥ୍ରୋରେ ମିଳିଥିବା ବ୍ରୋଞ୍ଜ ପଦକ ଏବେ ଫେରାଇବାକୁ ପଡିଛି । ଡିସକସ୍ ଥ୍ରୋରେ ଭାରତର ବିନୋଦ କୁମାରଙ୍କୁ ବ୍ରୋଞ୍ଜ ପଦକ ମିଳିôଲା । ହେଲେ କ୍ରିଡା ନିରୀକ୍ଷକଙ୍କ ବିଶ୍ଲେଷଣ ପରେ ଏହାକୁ ସ୍ଥଗିତ ରଖାଯାଇଛି ।

ବିନୋଦ କୁମାର ଏଫ-୫୨ ଇଭେଣ୍ଟର ଫାଇନାଲରେ ୧୯.୯୧ ମିଟର ଡିସକସ୍ ଥ୍ରୋ କରିଥିଲେ । ରୋପ୍ୟ ପଦକ ଜିତିଥିବା କୋଏସିୟାର ବେଲିମୀର ୧୯.୯୮ ମିଟର ଥ୍ରୋ କରିଥିଲେ । ଏହାସହ ପୋଲାଣ୍ଡର ପିଓନ ୨୦.୦୨ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ବିନୋଦଙ୍କ ଥ୍ରୋରେ କିଛି ତୃଟିଥିବା ଅଭିଯୋଗ ଆସିଥିଲା । ଏହାକୁ କ୍ରିଡା ପଶିକ୍ଷକମାନେ ବିଶ୍ଲେଷଣ କରିବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

କହିରଖୁ କି ଏଫ-୫୨ ବିଭାଗରେ ସେହି ଖେଳାଳିମାନେ ଭାଗ ନେଇଥାନ୍ତି, ଯେଉଁମାନେ କି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥାନ୍ତି । ହାତରେ ବିକୃତି ଥିବା କିମ୍ବା ଉଭୟ ଗୋଡର ଲମ୍ବାରେ ତାରତମ୍ୟ ଥିବା ଖେଳାଳିମାନେ ବି ଏହି ବିଭାଗରେ ଭାଗ ନେଇଥାନ୍ତି ।