ଟୋକିଓ ପାରାଲିମ୍ପିକ୍ସ, ବ୍ୟାଡମିଣ୍ଟନରେ ମନୋଜ ସରକାରଙ୍କୁ ବ୍ରୋଞ୍ଜ

111

କନକ ବ୍ୟୁରୋ : ଟୋକିଓ ଠାରେ ଚାଲିଥିବା ପାରାଲିମ୍ପିକ୍ସର ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ସେମାନଙ୍କର ସଫଳତା ଜାରି ରଖିଛନ୍ତି । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତ ତରଫରୁ ବ୍ୟାଡମିଣ୍ଟନର ଆଉ ଏକ ବର୍ଗରେ ଭାରତୀୟ ଖେଳାଳି ମନୋଜ ସରକାର ଦେଶ ପାଇଁ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ।
ମନୋଜ ସରକାର ଜାପାନର ଡାଇସୋକେ ଫୁଜିହରାଙ୍କୁ ସିଧା ଗେମରେ ୨୨-୨୦ ଓ ୨୧-୧୩ ସେଟରେ ପରାସ୍ତ କରିଥିଲେ । ଏହି ମୁକାବିଲା ପୁରା ୪୭ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଗେମ ୨୭ ମିନିଟ ଓ ଦ୍ୱିତୀୟ ଗେମ ୧୯ ମିନିଟ ପର୍ଯ୍ୟନ୍ତ ଖେଳା ଯାଇଥିଲା ।

ମନୋଜ ସରକାର ଏସଏଲ -୩ ବର୍ଗରେ ଏହି ମ୍ୟାଚ୍ ଜିତିଛନ୍ତି । ଅନ୍ୟପଟେ ମନୋଜ ସରକାରଙ୍କ ଠାରୁ ପ୍ରଶିକ୍ଷଣ ନେଇ ଉଦ୍ଦମସିଂ ଜିଲ୍ଲାର ଅନେକ ବ୍ୟାଡମିଣ୍ଟନ ଖେଳାଳି ଦେଶ ବିଦେଶରେ ନାମ କମାଇଛନ୍ତି ।