ଭାରଉତ୍ତୋଳନରେ ସ୍ୱର୍ଣ୍ଣ ଜିତିଥିବା ଚୀନର ହୋଓ ଜିହୋଇଙ୍କ ଉପରେ ଡୋପିଂ ସନ୍ଦେହ । ନମୂନା ‘ଏ’ ପରୀକ୍ଷଣରେ ସନ୍ଦେହ ପରେ ‘ବି’ ପାଇଁ ନୋଟିସ

394

କନକ ବ୍ୟୁରୋ : ଟୋକିଓ ଅଲମ୍ପିକରୁ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ଯଦି ଶତ ହେବ ତେବେ ଭାରଉତ୍ତୋଳନରେ ଭାରତୀୟ ଆଥଲେଟ ମୀରାବାଇ ଚାନୁ ଜିତିଥିବା ରୋପ୍ୟ ପଦକ ସ୍ୱର୍ଣ୍ଣରେ ବଦଳି ଯାଇପାରେ । ସୂଚନା ମୁତାବକ ଭାରଉତ୍ତୋଳନରେରେ ପ୍ରଥମ ହୋଇଥିବା ଚୀନର ହୋଓ ଜିହୋଇ ଉପରେ ଡୋପିଙ୍ଗ ସନ୍ଦେହ ହୋଇଛି । ଆଣ୍ଟି ଡୋପିଂ ଏଜେନ୍ସି ନମୂନା ‘ବି’ ପରୀକ୍ଷଣ ପାଇଁ ତାଙ୍କୁ ନୋଟିସ ଜାରି କରିଛି । ଅନୁମାନ କରାଯାଉଛି କି ତାଙ୍କ ନମୂନା ‘ଏ’ ପରୀକ୍ଷଣରେ ଡୋପିଂ ଟେଷ୍ଟ ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଚୀନ ଆଥଲେଟ ହୋଓ ଜିହୋଇ ଆଜି ତାଙ୍କ ଦେଶକୁ ଫେରିଯିବାର ଥିଲା । ହେଲେ ତାଙ୍କୁ ଟୋକିଓରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସମୟରେ ତାଙ୍କର ଡୋପ ଟେଷ୍ଟ ହୋଇପାରେ ବୋଲି ଆଶା କରାଯାଉଛି । କହିରଖୁ କି ଅଲମ୍ପିକରେ ଏଭଳି ବି ଆଗରୁ ହୋଇଛି । ଡୋପଟେଷ୍ଟରେ ଅସଫଳ ହେବା ପରେ ଖେଳାଳୀଙ୍କ ଠାରୁ ପଦକୁ ଫେରାଇ ଅଣାଯାଇ ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳୀଙ୍କୁ ପ୍ରଦାନ କରାଯାଇଛି ।

ଏଭଳି ଖବର ପ୍ରଚାରିତ ହେବା ପରେ ଭାରଉତ୍ତୋଳନ ଫେଡେରେସନ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି କି ତାଙ୍କୁ ଏନେଇ କୌଣସି ସୂଚନା ମିଳିନାହିଁ । ଯଦି ଡୋପ ଟେଷ୍ଟରେ ଚୀନ ଖେଳାଳୀ ଅସଫଳ ହୁଅନ୍ତି ତେବେ ତେବେ ଆଇଓସି ଓ ଟୋକିଓ ଅଲମ୍ପିକ ଆୟୋଜନ କମିଟି ତରଫରୁ ଘୋଷଣା କରାଯିବ ।

ସୂଚନା ଥାଉକି ଅଲମ୍ପିକରେ ମୀରାବାଇ ଚାନୁ ପ୍ରଥମ ଭାରତୀୟ ଭାବେ ବର୍ତମାନ ପର୍ଯ୍ୟନ୍ତ ଏକମାତ୍ର ପଦକ ଜିତିଛନ୍ତି ।