ନିରାଶ କଲେ ସାନିଆ-ଅଙ୍କିତା । ଟେନିସ୍ ଓମେନ୍ସ ଡବଲ୍ସର ପ୍ରଥମ ରାଉଣ୍ଡରେ ହେଲେ ପରାସ୍ତ

171

କନକ ବ୍ୟୁରୋ : ନିରାଶ କଲେ ସାନିଆ-ଅଙ୍କିତା । ସାନିଆ ମିର୍ଜା ଓ ଅଙ୍କିତା ରୈନାଙ୍କ ଯୋଡି ଟେନିସ୍ ଓମେନ୍ସ ଡବଲ୍ସର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଏହା ସହ ଓମେନ୍ସ ଡବଲ୍ସରେ ମେଡାଲ ଜିତିବାର ସମ୍ଭାବନା ଶେଷ ହୋଇଛି । ସାନିଆ ଓ ଅଙ୍କିତାଙ୍କ ଯୋଡି ପ୍ରଥମ ସେଟ୍ ୬-୦ରେ ଜିତି ନେଇଥିଲେ । କିନ୍ତୁ ୟୁକ୍ରେନର ନାଦିଆ ଓ ଲ୍ୟୁଡମୟଲା ଯୋଡି ଜବରଦସ୍ତ ପ୍ରଦର୍ଶନ କରିଥିଲେ ।
ପରବର୍ତୀ ଦୁଇଟି ସେଟ୍ ଜିତି ନେଇଥିଲେ ନାଦିଆ ଓ ଲ୍ୟୁଡମୟଲା ଯୋଡି । ଦ୍ୱିତୀୟ ସେଟରେ ୬-୭ ଓ ତୃତୀୟ ସେଟରେ ୮-୧୦ରେ ହାରି ଯାଇଥିଲେ ସାନିଆ-ଅଙ୍କିତା । ଦ୍ୱିତୀୟ ସେଟ୍ ଟ୍ରାଇ ବ୍ରେକର ପର୍ଯ୍ୟନ୍ତ ପହଂଚି ଯାଇଥିଲା । ହେଲେ ଟ୍ରାଇ ବ୍ରେକରରେ ସାନିଆ-ଅଙ୍କିତାଙ୍କ ଯୋଡି ଗୋଟିଏ ବି ପଏଂଟ ହାସଲ କରିପାରିନଥିଲେ ।