ଅଲିମ୍ପିକ୍ସ ମଇଦାନରେ ଆଜି ଓହ୍ଲାଇବେ ଭାରତୀୟ ଆଥଲେଟର ବଡ ଚେହେରା । ମେଡାଲକୁ ନେଇ ଆଶାବାଦୀ ସାରାଦେଶ

203

କନକ ବୁାରୋ : ଟୋକିଓରେ ଖେଳାଯାଉଥିବା କ୍ରିଡା ମହାକୁମ୍ଭର ଦ୍ୱିତୀୟ ଦିନ ଭାରତ ପାଇଁ କିଛି ଖଟା କିଛି ମିଠା ସାବ୍ୟସ୍ତ ହୋଇଛି । ଭାରତୀୟ ଖେଳାଳି ଆଶାଅନୁସାରେ ପ୍ରଦର୍ଶନ କରିପାରିନାହାଁନ୍ତି । କିନ୍ତୁ ଭାରତର ନାଁ ପେଡାଲ ତାଲିକାରେ ଯୋଡି ହୋଇଛି । ଭାରୋତଳନକାରୀ ମୀରାବାଇ ଚାନୁ ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ମେଡାଲ ଭେଟି ଦେଇଛନ୍ତି । ଏବେ ସମସ୍ତଙ୍କ ନଜର ଆଜିର ଖେଳ ଉପରେ । ଆଜି ଟୋକିଓ ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇବେ ମେରିକମ୍, ପିବି ସିନ୍ଧୁ, ସାନିଆ ମିର୍ଜା ଓ ଜି. ସାଥିୟାନଙ୍କ ଭଳି ଷ୍ଟାର ଖେଳାଳି । ନଜର ପକାନ୍ତୁ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ସମୟାନୁସାରେ ଭାରତର କଣ କାର୍ଯ୍ୟକ୍ରମ ରହିଛି..
– ସକାଳ ୭ଟା ୧୦ରେ ବାଡମିଂଟନ ମହିଳା ଏକକ ବର୍ଗରେ ପିବି ସିନ୍ଧୁ ଓ ଇସ୍ରାଏଲର କେସେନିଆ ପୋଲିକାରପୋବାଙ୍କ ମଧ୍ୟରେ ଲଢ଼େଇ ହେବ ।
– ସକାଳ ସାଢ଼େ ୭ଟାରେ ଟେନିସ ଡବଲ୍ସରେ ସାନିଆ ମିର୍ଜା ଓ ଅଙ୍କିତାଙ୍କ ଯୋଡି ଦେଖିବାକୁ ମିଳିବ ।
– ଦିନ ସାଢ଼େ ୧୦ରେ ଟେବୁଲ ଟେନିସ ପୁରୁଷ ଏକକ ବର୍ଗରେ ସାଥିଆନ ଗଣଶେଖରନ୍ ମଇଦାନକୁ ଓହ୍ଲାଇବେ
– ଅପରାହ୍ଣ ଗୋଟାଏ ୩୦ରେ ୫୧ କିଲୋଗ୍ରାମ ବର୍ଗରେ ମୁଷ୍ଟିଯୋଦ୍ଧା ଏମ ମ୍ୟାରିକମ୍ ଡୋମିନିକା ଗଣରାଜ୍ୟର ଇଣ୍ଡିଜ ଗାର୍ସିଆଙ୍କୁ ଭେଟିବେ ।
– ଅପରାହ୍ଣ ୩ଟାରେ ୬ରେ ୬୩ କିଲୋଗ୍ରାମ ବର୍ଗରେ ମୁଷ୍ଟିଯୋଦ୍ଧା ମନୀଷ କୌଶିକ
ବ୍ରିଟେନର ଲ୍ୟୁକ୍ ମେକରୋମ୍ୟାକଙ୍କୁ ମୁକାବିଲା କରିବେ ।
– ଅପରାହ୍ଣ ୩ଟାରେ ହକି ପୁରୁଷ ବର୍ଗର ପୁଲ ଏ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହେବ