କନକ ବ୍ୟୁରୋ: ଟୋକିଓ ଅଲିମ୍ପିିକ୍ସକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବାବେଳେ ଉଦଘାଟନୀ ସମାରୋହର ସୋ ଡିରେକ୍ଟର କେନଟାରୋ କୋବାୟସିଙ୍କୁ ନିଲମ୍ବନ କରାଯାଇଛି । ହଲୋକୋଷ୍ଟକୁ ଥଟ୍ଟା କରିବା ତାଙ୍କୁ ମହଙ୍ଗା ପଡିଲା ବୋଲି କୁହାଯାଉଛି । ୧୯୯୦ରେ କେନଟାରୋ କୋବାୟସିଙ୍କର ଏକ ଭିଡିଓ ଫୁଟେଜ ଜାରି ହେବା ପରେ ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

Advertisment

publive-image

ହଲୋକଷ୍ଟ ଏପରି ନରସଂହାର ଘଟଣା ଯେଉଁଥିରେ ଜର୍ମାନ ନାଜି ତଥା ଏକଛତ୍ରବାଦୀ ଶାସକ ଏଡୋଲଫ ହିଟଲରଙ୍କ ଶାସନ କାଳରେ ୬୦ ହଜାରର ଅଧିକ ଇହୁଦିଙ୍କୁ ହତ୍ୟା କରାଯାଇଥିଲା । କେନଟାରୋ କୋବାୟସି ଉଭୟ ଉଦଘାଟନୀ ଓ ଉଦଯାପନୀ ସମାରୋହର ସୋ ଡିରେକ୍ଟର ଥିଲେ । ଏହା ବ୍ୟତୀତ ଜଣେ କମେଡିଆନ୍ ଭାବେ ମଧ୍ୟ ସେ ବେଶ ଜଣାଶୁଣା । ତାଙ୍କର କିଛି କମେଡିକୁ ନେଇ ମଧ୍ୟ ସେ ବିବାଦରେ ରହିଥିଲେ । ତେବେ ହଲୋକଷ୍ଟ ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଥଟ୍ଟା କରିବା ନିହାତି ଲଜ୍ଜାଜନକ ବୋଲି ଅଲିମ୍ପିକ୍ସର ଆୟୋଜନ ମୁଖ୍ୟ ସେକୋ ହାସିମାତୋ କହିଛନ୍ତି । ତେବେ ଇଭେଂଟ ଆରମ୍ଭ ହେବା ପୂର୍ବରୁ ଏପରି କିଛି ବିବାଦ ଦେଖାଯାଉଥିବା ନେଇ ଆୟୋଜକଙ୍କୁ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି ।

ଅନ୍ୟପଟେ କରୋନାର ସ୍ଥିତିକୁ ନଜରରେ ରଖି ଏହି ବିଶ୍ୱସ୍ତରୀୟ ଇଭେଂଟ ଭୟ ଓ ସଚେତନତା ମଧ୍ୟରେ ଆୟୋଜିତ ହେଉଛି । ଯଦିଓ ପୂର୍ବ ବର୍ଷ ଭଳି ଏଠାକୁ ଦର୍ଶକଙ୍କୁ ଅନୁମତି ନାହିଁ ତଥାପି ଜାପାନ ସରକାର ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରୁଛନ୍ତି ।