ଟୋକିଓ ଅଲିମ୍ପିକ୍ସରେ କରୋନା ଭୟ । ଉଦଘାଟନ ସମାରୋହରେ ଯୋଗ ଦେବେ ୩୦ ଭାରତୀୟ ଖେଳାଳି

171

କନକ ବ୍ୟୁରୋ: କରୋନା ମହାମାରୀ ମଧ୍ୟରେ ଆସନ୍ତାକାଲି ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଆଉ ଏହି ଉଦଘାଟନ ସମାରୋହରେ ଭାଗ ନେବେ ୩୦ ଭାରତୀୟ ଖେଳାଳି । ଯେଉଁ ଖେଳାଳିଙ୍କ ନିକଟରେ ଖେଳ ରହିଛି ସେମାନଙ୍କୁ ଉଦଘାଟନୀ ସମାରୋହରୁ ଦୂରରେ ରଖାଯାଇଛି । ୬ ଅଧିକାରୀଙ୍କ ସହ ଏହି ୩୦ ଖେଳାଳି ଉଦଘାଟନ ସମାରୋହରେ ଭାଗ ନେବେ ।

କୋଚ ଓ ଦଳ ପ୍ରମୁଖଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଟୋକିଓ ଅଲମ୍ପିକ୍ସ ପାଇଁ ୧୨୫ ଖେଳାଳି ସାମିଲ ହୋଇଛନ୍ତି । ସଦସ୍ୟ, ଅଧିକାରୀ ଓ କୋଚଙ୍କ ମିଶାଇ ମୋଟ ୨୨୮ ଜଣ ଟୋକିଓ ଅଲିମ୍ପିକ୍ସ ଯାଇଛନ୍ତି ।