Image Courtesy - static.toiimg.com
କନକ ବ୍ୟୁରୋ : ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ତେବେ ଚଳିତବର୍ଷ ମଧ୍ୟ ଉଦଘାଟନୀ ସମାରୋହ ଉତ୍ସବ ଆୟୋଜନ ହେବ ନାହିଁ । କିନ୍ତୁ ମ୍ୟାଚ୍ ଖେଳାଯିବା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖିଥିବା କିଛି ଖେଳାଳୀଙ୍କୁ ସମ୍ମାନିତ କରିବ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ।
ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଥିବା ସୁନାପୁଅ ନୀରଜ ଚ୍ରୋପାଙ୍କ ସମେତ, ବଜରଙ୍ଗ ପୁନିଆ, ରବି ଦହିୟା, ମୀରାବାଈ ଚାନୁ, ଲଭଲୀନା ବୋରଗୋହେନ, ପିଭି ସିନ୍ଧୁ, ଏବଂ ଭାରତୀୟ ହକି ଟିମର ଖେଳାଳୀଙ୍କୁ ଆଜି ସମ୍ମାନିତ କରିବା ସହ ଅର୍ଥରାଶିରେ ପୁରସ୍କୃତ କରିବ ବିସିସିଆଇ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସୁନା ପୁଅ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ଏବଂ ରବି ଦହିୟା, ମୀରାବାଈ ଚାନୁଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ।
୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ମେଡାଲ ଜିତିଥିବା ଭାରତୀୟ ଦଳକୁ ୧.୨୫କୋଟି ଟଙ୍କାର ପୁରସ୍କାର ଦେବ ବିସିସିଆଇ । ତେବେ ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ୍ ୭ଟି ପଦକ ଜିତିଥିଲା । ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ମେଡାଲ୍ ରହିଥିଲା । ତେବେ ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ ପୂର୍ବରୁ ଏହି ଅଲମ୍ପିକ୍ସ ଖେଳାଳୀମାନଙ୍କୁ ସମ୍ମାନିତ କରାଯିବ ।
Follow Us