କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ କୁସ୍ତିଯୋଦ୍ଧା ରବି ଦ ଡାହିଆ ଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର ଦିନ ପୁରୁଷ କୁସ୍ତି ପ୍ରତିଯୋଗୀତାର ୫୭ କିଲୋ ବର୍ଗ ସେମିଫାଇନାଲରେ ସେ କାଜାକାସ୍ତାନର ସାନାୟେବ ନୁରିସ୍ଲାମଙ୍କୁ ପରାଜିତ କରି ଟୋକିଓ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି । ଏହାସହ ସେ ଏବେ ଦେଶ ପାଇଁ ସର୍ବନିମ୍ନ ରୋପ୍ୟ ପଦକ ପକ୍କା କରିଛନ୍ତି ।

Advertisment

କହିରଖୁ କି ସେମିଫାଇନାଲ ମ୍ୟାଚରେ ରବି ଗୋଟିଏ ସମୟରେ ୮ ପଏଣ୍ଟ ପଛରେ ପଡିଯାଇଥିଲେ । ମାତ୍ର ମ୍ୟାଚ୍ ଶେଷ ହେବାର ମାତ୍ର ୧ ମିନିଟ୍ ପୂର୍ବରୁ ସେ କାଜାକାସ୍ତାନର କୁସ୍ତିଯୋଦ୍ଧାଙ୍କୁ ପରାଜିତ କରି ମ୍ୟାଚରୁ ବାହାର କରିଦେଇଥିଲେ ।

ଅନ୍ୟପଟେ ମହିଳା କୁସ୍ତଯୋଦ୍ଧା ଅଂଶୁ ଭାରତ ପାଇଁ ଆଉ ଏକ ପଦକ ଆଣିବେ ବୋଲି ଆଶା କରାଯାଇଛି । ମହିଳା ବିଭାଗରେ ଅଂଶୁ ମଲ୍ଲିକ ପ୍ରି କ୍ୱାଟର ଫାଇନାଲରେ ବୁଲଗେରିଆ କୁସ୍ତଯୋଦ୍ଧା ହରିୟାନା କୁରାଚକିନାଙ୍କ ଠାରୁ ପରାଜିତ ହୋଇଥିଲେ ବି ଯଦି ହିରିୟାନା କୁରାଚକିନା ଫାଇନାଲରେ ପ୍ରବେଶ କରୁଛନ୍ତି ତେବେ ଅଂଶୁ ମଲ୍ଲିକ ରେପଚେଜ ରାଉଣ୍ଡରେ ପ୍ରବେଶ କରିବେ । ଏଠାରେ ତାଙ୍କ ପାଇଁ ବ୍ରୋଞ୍ଜ ମେଡାଲ ଜିତିବାର ସମ୍ଭାବନା ରହିଛି ।