ଟୋକିଓ ଅଲମ୍ପିକ୍ସରେ ଭାରତକୁ ଝଟକା , କଲମ୍ବିଆର ଇନଗ୍ରୀଟ ଭାଲେନସିୟାଙ୍କ ଠାରୁ ହାରି ଅଭିଯାନ ଶେଷ କଲେ ମେରିକମ୍

257

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଭାରତକୁ ସବୁଠାରୁ ବଡ ଝଟକା ଲାଗିଛି । ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇ ଟୋକିଓ ଅଲମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । କହିରଖୁ କି ମ୍ୟାରିକମଙ୍କ କ୍ୟାରିଅରରେ ଏହା ଶେଷ ଅଲମ୍ପିକ । ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏହି ପରାଜୟ ପରେ ମେରିକମଙ୍କ ଟୋକିଓ ଅଲମ୍ପିକ ଅଭିଯାନ ଶେଷ ହୋଇଛି ।

ଏହା ବ୍ୟତୀତ ଭାରତୀୟ କ୍ରିଡାପ୍ରେମୀଙ୍କ ପାଇଁ ଆଜିର ଦିନଟି ବେସ୍ ଉତ୍ସାହଜନକ ରହିଛି । ଭାରତୀୟ ପୁରୁଷ ହକିଟିମ୍ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନାକୁ ୩-୧ ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତୀୟ ଟିମ୍ କ୍ୱାଟର ଫାଇନାଲରେ ପହଂଚିଯାଇଛି । ଅନ୍ୟପଟେ ବ୍ୟାଡମିଣ୍ଟନରେ ବି ଭାରତୀୟ ଖେଳାଳି ପି.ଭି ସିନ୍ଧୁ (ଏକାକୀ ବର୍ଗରେ) ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫,୨୧-୧୩ ରେ ପରାଜିତ କରି କ୍ୱାଟର ଫାଇନାଲରେ ପହଂଚିଛନ୍ତି । ସେହିଭଳି ତୀରନ୍ଦାଜରେ ବି ଭାରତୀୟ ଖେଳାଳୀ ଅତନୁ ଦାସ ମଧ୍ୟ କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ।

କହିରଖୁ କି ଟୋକିଓ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତକୁ କେବଳ ଗୋଟିଏ ରୌପ୍ୟ ପଦକ ହାସଲ କରିଥିବା ବେଳେ ଭାରତୀୟ କ୍ରିଡାପ୍ରେମୀମାନେ ମେରିକମଙ୍କୁ ନେଇ ବେସ୍ ଅଶାବାଦୀ ଥିଲେ । ତାଙ୍କର ପରାଜୟ କ୍ରିଡାପ୍ରେମୀଙ୍କୁ ନିରାଶ କରିଛି ।