କନକ ବ୍ୟୁରୋ : ଦିନକ ପରେ ଟୋକିଓ ଟ୍ରାକରେ ଦୌଡିବେ ଓଡ଼ିଆ ଧାବିକା ଦୂତି ଚାନ୍ଦ । ନିଜକୁ ଫିଟ୍ ରଖିବା ସହ ଭଲ ପ୍ରଦର୍ଶନ ପାଇଁ ଦୂତି ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଟ୍ରାକରେ ଅଭ୍ୟାସ କରିଛନ୍ତି ଦୂତି ଚାନ୍ଦ । ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି । ୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ । ଏହା ପୂର୍ବରୁ ଦୂତିଙ୍କୁ ଜିମରେ ଅଭ୍ୟାସ କରୁଥିବାର ଅଭ୍ୟାସ ଦେଖିବାକୁ ମିଳିଥିଲା । ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଂଚିତ ହୋଇଥିଲେ ଦୂତି ଚାନ୍ଦ । ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ଆଶାବାଦୀ ଅଛନ୍ତି ।
ଦିନକ ପରେ ଟୋକିଓ ଟ୍ରାକରେ ଦୌଡିବେ ଓଡ଼ିଆ ଧାବିକା ଦୂତି ଚାନ୍ଦ : ଟ୍ରାକରେ ଅଭ୍ୟାସ କରୁଛନ୍ତି ଦୂତି ଚାନ୍ଦ
/kanak/media/post_attachments/wp-content/uploads/2021/07/vlcsnap-2021-07-28-12h26m57s454.png)