କନକ ବ୍ୟୁରୋ : ଟୋକିଓ ଟ୍ରାକ୍ରେ ୨୦୦ ମିଟର ରେସରେ ଦୌଡ଼ିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ରାଉଣ୍ଡ ୱାନ୍ ହିଟ୍ ୪ରେ ସପ୍ତମ ସ୍ଥାନରେ ରହିଥିଲେ ଦୂତୀ । ସେ ୨୦୦ ମିଟର ଅତିକ୍ରମ କରିବାକୁ ୨୩.୮୫ ସେକେଣ୍ଡ ନେଇଥିଲେ । ପ୍ରଥମ ସ୍ଥାନରେ ରହିଥିଲେ ନାମ୍ବିବିଆ ଖେଳାଳି ଖ୍ରୀଷ୍ଟାଇନ୍ । ସେ ୨୨.୧୧ ସେକେଣ୍ଡରେ ୨୦୦ ମିଟର ପାର କରିଥିଲେ ।
ଦ୍ୱିତୀୟ ଥର ପାଇଁ ଟୋକିଓ ଟ୍ରାକ୍ରେ ଦୌଡିଛନ୍ତି ଦୂତୀ । ୧୦୦ ମିଟର ରେସରେ ମଧ୍ୟ ଦୂତୀ ସପ୍ତମ ସ୍ଥାନରେ ରହିଥିଲେ । ସଫଳତା ପାଇନଥିଲେ ବି ଟୋକିଓ ଟ୍ରାକରେ ଦୌଡି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଦୂତୀ । ଭଲ ପ୍ରଦର୍ଶନ ପାଇଁ ଦୂତୀ ଜୋରଦାର ଅଭ୍ୟାସ କରିଥିଲେ । ଜିମରେ ଝାଳବୁହା ଅଭ୍ୟାସ କରିବା ସହ ଟ୍ରାକରେ ମଧ୍ୟ ଅଭ୍ୟାସ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/4.jpg)