ଇତିହାସ ରଚିଲେ ଦୀପକ କାବରା । ଅଲମ୍ପିକ ପାଇଁ ଜିମ୍ନାଷ୍ଟିକ ଜଜ୍ ଭାବେ ନିର୍ବାଚିତ ହେବାର ପ୍ରଥମ ଭାରତୀୟ

95

କନକ ବ୍ୟୁରୋ : ଭାରତରେ ଜିମ୍ନାଷ୍ଟିକ୍ ଜଜ୍ ଭାବେ କାମ କରିଥିବା ଦୀପକ କାବରା ଏବେ ଟୋକିଓ ଅଲମ୍ପିକ୍ସରେ ଆଣ୍ଟିଷ୍ଟିକ ଜିମ୍ନାଷ୍ଟିକରେ ଜଜ୍ ଭାବେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଅଲମ୍ପିକ୍ସରେ ଜଜ୍ ଭାବେ ଭାରତରୁ ଦୀପକ କାବରା ସାମିଲ ହୋଇଛନ୍ତି । ଅଲମ୍ପିକ୍ସ ଗେମର ମୁକାବିଲା ଜୁଲାଇ ୨୩ ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତରୁ ୧୨୦ ଜଣ ଖେଳାଳୀ ୧୮ ଟି ବିଭାଗରେ ଭାଗ ନେଇଥିବା ବେଳେ ଜିମ୍ନାଷ୍ଟିକରେ ମାତ୍ର ଜଣେ ଖେଳାଳୀ ଭାଗ ନେଇଛନ୍ତି ।

ଭାରତର ଷ୍ଟାର ଜିମ୍ନାଷ୍ଟିକ ଖେଳାଳୀ ଦୀପା କର୍ମାକର ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି ଭାରତୀୟ ଭାବେ ପ୍ରଥମ ଜିମ୍ନାଷ୍ଟିକ ଜଜରେ ଦୀପକ କାବରା ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି । ଅନ୍ୟପଟେ ଭାରତରୁ ଟୋକିଓ ଅଲମ୍ପକ୍ସରେ ଭାଗ ନେଇଥିବା ଜିମ୍ନାଷ୍ଟିକ ଜଣଙ୍କ ହେଉଛନ୍ତି ପ୍ରଣତୀ ନାୟକ ।
ମୁମ୍ବାଇରେ ରହୁଥିବା ଦୀପକ କାବରା ୨୦୧୯ ମସିହାରେ ଏସିଆନ ଜିମ୍ନାଷ୍ଟିକର ଟେକ୍ନିକାଲ କମିଟିରେ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୧୯ ରେ ଅନୁଷ୍ଠିତ ହୋଇଥିବା ଏସିଆନ ଚମ୍ପିୟନସିପରେ ମୁଖ୍ୟ ଜଜ୍ ଭାବେ ସାମିଲ ହୋଇଥିଲେ । ଦୀପକ କାବରା ପ୍ରଥମେ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଅଇଣ୍ଡିଆର ସଂଯୁକ୍ତ ସଚିବ ପବନ ସିଂ ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ଜଜ୍ ଭାବେ ସାମିଲ ହୋଇଥିଲେ ହେଁ ସେ ସୁଟିଂ ବିଭାଗର ଜଜ୍ ଥିଲେ ।

ଯଦି ଅଲମ୍ପିକ ଇତିହାସ ଉପରେ ନଜର ପକାଇବା ତେବେ ବର୍ତମାନ ପର୍ଯ୍ୟନ୍ତ ଭାରତକୁ ମୋଟ ୩୮ ଟି ମେଡାଲ ମିଳିଛି    । ୧୮୯୬ ମସିହାରେ ଅଲମ୍ପିକ ଆରମ୍ଭ ହୋଇଥିଲେ ବି ୧୯୦୦ ମସିହାରେ ଭାରତୀୟ ଖେଳାଳୀ ପ୍ରଥମ ଥର ପାଇଁ ଅଲମ୍ପିକ ଖେଳିବାର ସୁଯୋଗ ପାଇଥିଲେ । ୨୦୧୨ ଲଣ୍ଡନ ଅଲମ୍ପିକରେ ଭାରତ ସବୁଠାରୁ ଅଧିକ ୬ ଟି ମେଡାଲ ହାତେଇବାରେ ସଫଳ ହୋଇଥିଲା ।