ଟୋକିଓ ଅଲିମ୍ପିକ୍ସ ପାଇଁ ବିପଦ ବଢେଇଲାଣି କରୋନା : ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି

Advertisment
ଟୋକିଓ ଅଲିମ୍ପିକ୍ସ ପାଇଁ ବିପଦ ବଢେଇଲାଣି କରୋନା : ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା । ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଥିବା ଜଣାପଡିଛି । କେବଳ କ୍ରୀଡାଗ୍ରାମର ୩ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଲାଣି ।

ଟୋକିଓରେ ଗତ ୭ ଦିନ ଧରି ୧୦୦୦ ଉପରେ ଆସୁଛି ଦୈନିକ ସଂକ୍ରମଣ । ଏହାରି ଭିତରେ ସୂଚନା ଅନୁସାରେ, ଜାପାନ ଟୋକିଓ କ୍ରୀଡାଗ୍ରାମରେ ୧୮ ହଜାର ପ୍ରତିଯୋଗୀ ପହଁଚି ସାରିଲେଣି । ଏହା ମଧ୍ୟରେ ଭାରତର ୧୧୯ ଜଣିଆ ଖେଳାଳି ଦଳ ବି ରହିଛନ୍ତି । ଆସନ୍ତା ୨୩ ତାରିଖରେ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଏହା ଆଗରୁ ଏପରି ଦୈନିକ କ୍ରୀଡାଗ୍ରାମରୁ ପଜିଟିଭ୍ ଆସିବା ଅଲିମ୍ପିକ୍ସ ପ୍ରତି ବଡ ବିପଦ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe