କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା । ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଥିବା ଜଣାପଡିଛି । କେବଳ କ୍ରୀଡାଗ୍ରାମର ୩ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଲାଣି ।
ଟୋକିଓରେ ଗତ ୭ ଦିନ ଧରି ୧୦୦୦ ଉପରେ ଆସୁଛି ଦୈନିକ ସଂକ୍ରମଣ । ଏହାରି ଭିତରେ ସୂଚନା ଅନୁସାରେ, ଜାପାନ ଟୋକିଓ କ୍ରୀଡାଗ୍ରାମରେ ୧୮ ହଜାର ପ୍ରତିଯୋଗୀ ପହଁଚି ସାରିଲେଣି । ଏହା ମଧ୍ୟରେ ଭାରତର ୧୧୯ ଜଣିଆ ଖେଳାଳି ଦଳ ବି ରହିଛନ୍ତି । ଆସନ୍ତା ୨୩ ତାରିଖରେ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଏହା ଆଗରୁ ଏପରି ଦୈନିକ କ୍ରୀଡାଗ୍ରାମରୁ ପଜିଟିଭ୍ ଆସିବା ଅଲିମ୍ପିକ୍ସ ପ୍ରତି ବଡ ବିପଦ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/119308170_mediaitem119308169.jpg)