ଭାବିନା ପଟେଲଙ୍କୁ ୩ କୋଟି ଟଙ୍କା ଦେବ ଗୁଜୁରାଟ ସରକାର, ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କଲେ ଘୋଷଣା

145

କନକ ବ୍ୟୁରୋ : ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାବିନାବେନ ପଟେଲ ରୋପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି । ଭାବିନା ପଟେଲ ଭାରତ ପାଇଁ ଟେବୁଲ ଟେନିସରେ ମେଡାଲ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି । ତାଙ୍କୁ ପ୍ରୋତ୍ସାହିତ କରିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ବିଜୟ ରୂପାଣୀ ଭାବିନାବେନ ପଟେଲଙ୍କୁ ପାରା ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ବଧାଇ ଜଣେଇବା ସହ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, “ଭାବିନାବେନ ପଟେଲ ଟୋକିଓ ଅଲିମ୍ପିକ୍ସରେ ମେଡାଲ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା, ଗୁଜୁରାଟ ସରକାରଙ୍କ ତରଫରୁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।”

ଭାବିନାବେନ ପଟେଲ ୨୦୨୦ ଟୋକିଓ ପାରାଅଲିମ୍ପିକ୍ସରେ ସୁନ୍ଦର ପ୍ରଦର୍ଶନ କରି ଫାଇନାଲରେ ପହଂଚିଥିଲେ । ସେ ଫାଇନାଲ ମୁକାବିଲାରେ ଝାଓ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇ ରୋପ୍ୟ ପଦକ ବିଜୟୀ ହୋଇଥିଲେ ।

 

କହିରଖୁ କି ଭାବିନାଙ୍କ ପୂର୍ବରୁ ଭାରତର କୌଣସି ଟେବୁଲ ଟେନିସ୍ ଖେଳାଳି କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଂଚି ନଥିଲେ । ହେଲେ ଭାବିନା ତାଙ୍କର ଏହି କ୍ୟାମ୍ପେନରେ ବିଶ୍ୱର ୮,୩ ଓ ୨ ନମ୍ବର ଖେଳାଳୀଙ୍କୁ ପରାସ୍ତ କରି କ୍ୱାଟର ଫାଇନାଲରେ ପହଂଚିଥିଲେ । ଏହାସହ ସେ ରିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତାଙ୍କୁ ବି ପରାସ୍ତ କରିଛନ୍ତି ।