ପାରାଅଲିମ୍ପିକ୍ସର ଆଜି ପ୍ରଥମ ଦିନ : ଟେବୁଲ ଟେନିସରେ ଦମ ଦେଖାଇବେ ଭାରତୀୟ ମହିଳା ତାରକା

ପାରାଅଲିମ୍ପିକ୍ସର ଆଜି ପ୍ରଥମ ଦିନ : ଟେବୁଲ ଟେନିସରେ ଦମ ଦେଖାଇବେ ଭାରତୀୟ ମହିଳା ତାରକା

କନକ ବ୍ୟୁରୋ : ପାରାଅଲିମ୍ପିକ୍ସର ପ୍ରଥମ ଦିନରେ ଟେବୁଲ ଟେନିସରେ ପଦକ ପାଇଁ ଲଢିବେ ଦୁଇ ଭାରତୀୟ ମହିଳା । ପ୍ରଥମ ମୁକାବିଲାରେ ଟେବୁଲ ଟେନିସଔ କ୍ଲାସ ଥ୍ରୀ କାଟାଗୋରୀରେ ଚୀନର ଲି ଚିନଙ୍କୁ ଭେଟିବେ ସୋନାଲ ପଟେଲ । ଏହି ମୁକାବିଲା ସକାଳ ୭ଟା ୩୦ ମିନିଟରେ ହେବ । ସେହିପରି କ୍ଲାସ ଫୋର ବର୍ଗରେ ଚୀନର ଝୋ ୟାଙ୍ଗ ସହ ମୁହାଁମୁହିଁ ହେବେ ଭାରତର ଭାବିନା ପଟେଲ । ଏହା ମୁକାବିଲା ଭାରତୀୟ ସମୟ ୮ଟା ୫୦ ମିନିଟରେ ଖେଳାଯିବ । ୨୦୧୮ ଏସିଆନ ପାରା ଗେମ୍ସରେ ଯୁଗଳବର୍ଗରେ ଭାବିନା ଓ ସୋନାଲ ରୋପ୍ୟ ପଦକ ପାଇଥିଲେ । ତେଣୁ ଏଥର ପାରା ଅଲିମ୍ପିକ୍ସରେ ମଧ୍ୟ ତାଙ୍କ ଠାରୁ ଦେଶ ପଦକ ଆଶା କରୁଛି ।

ତେବେ ଟୋକିଓ ପାରାଲିମ୍ପିକ୍ସ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୨୨ କ୍ରୀଡ଼ା ଓ ୨୩ ଶୃଙ୍ଖଳରେ ମୋଟ ୪୪୦୩ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨୫୫୦ ପୁରୁଷ ଏବଂ ୧୮୫୩ ମହିଳା ସାମିଲ ଅଛନ୍ତି । ତେବେ କୌଣସି ପାରାଲିମ୍ପିକ୍ସରେ ସର୍ବାଧିକ ସଂଖ୍ୟକ ଆଥ୍‌ଲେଟ୍‌ ଏବଂ ମହିଳା ଅଂଶଗ୍ରହଣ କରିବାରେ ଟୋକିଓ କୀର୍ତ୍ତିମାନ ରଚିଛି। ଏହା ପୂର୍ବରୁ କୌଣସି ପାରାଲିମ୍ପିକ୍ସରେ ସର୍ବାଧିକ ସଂଖ୍ୟକ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବାର କୀର୍ତ୍ତିମାନ ରିଓ ରଚିଥିଲା। ୨୦୧୬ ରିଓ ପାରାଲିମ୍ପିକ୍ସରେ ମୋଟ ୪୩୨୮ ଆଥ୍‌ଲେଟ୍‌ ଭାଗ ନେଇଥିଲେ । ଏବେ ମୋଟ ଆଥ୍‌ଲେଟ ଏବଂ ମହିଳାଙ୍କ ସଂଖ୍ୟା ଦୃ‌ଷ୍ଟିରୁ ରିଓକୁ ଟପିଯାଇଛି ଟୋକିଓ । ୨୦୧୬ ରିଓରେ ଅଂଶଗ୍ରହଣକାରୀ ମହିଳା ଆଥ୍‌ଲେଟ୍‌ଙ୍କ ସଂଖ୍ୟା ୧୬୭୧ ଥିଲା ବେଳେ ଟୋକିଓରେ ଏହି ସଂଖ୍ୟା ୧୮୫୩ ରହିଛି। ମହିଳାଙ୍କ ସଂଖ୍ୟା ରିଓ ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe