କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଅସନ୍ତୋଷ । ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି ଚାଷୀ । ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ଅବରୋଧ କରିବାକୁ ନିଷ୍ପତି ନେଇଛନ୍ତି । ଗତକାଲି ଶହ ଶହ ଚାଷୀ ଧାରଣା ଦେବା ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନଗାଡି ରଖି ଅବରୋଧ କରିଥିଲେ ।
ଯେ, ପର୍ଯ୍ୟନ୍ତ ଅନଲାଇନ୍ ଟୋକନ ବ୍ୟବସ୍ଥା ବନ୍ଦ ହୋଇନାହିଁ ସେ ପର୍ଯ୍ୟନ୍ତ ଧାନ ବିକିବେ ନାହିଁ ବୋଲି ଚାଷୀ, ଚେତାବନୀ ଦେଇଛନ୍ତି । ସେପଟେ ବରଗଡରେ ମଧ୍ୟ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ସରକାର ମଣ୍ଡି ଖୋଲିଥିଲେ ବି ନୂଆ ଟୋକନ ବ୍ୟବସ୍ଥା ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାର ସମାଧାନ ପାଇଁ ଦେଇଥିବା ଡେଡଲାଇନ ସରିବା ପରେ ଗତକାଲି ଆନ୍ଦୋଳନକୁ ଓହ୍ଲାଇଥିଲେ ଶହ ଶହ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/CHASI-WARN.jpg)