୪ଟି ପାଇଖାନାର ମୂଲ୍ୟ ୧୬ ଲକ୍ଷ ୫୪ ହଜାର ଟଙ୍କା । ପାଇଖାନା ତିଆରି ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତରୁ ଆସିଛି ଅଭିଯୋଗ

399

କନକ ବ୍ୟୁରୋ: ୪ଟି ପାଇଖାନା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୬ଲକ୍ଷରୁ ଅଧିକ ଟଙ୍କା । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଯାଜପୁର ଜିଲ୍ଲା ଦଶରଥପୁରରୁ ଆସିଛି ଏଭଳି ଖବର । ପାଲଟପୁର ପଂଚାୟତ ଅଫିସ ପାଖରେ ନିର୍ମିତ ହୋଇଛି ଆମ ଶୌଚାଳୟ । ଏଥିରେ ରହିଛି ୪ଟି ପାଇଖାନା । ହେଲେ ଖର୍ଚ୍ଚ ହୋଇଛି ୧୬ ଲକ୍ଷ ୫୪ ହଜାର ଟଙ୍କା ।

ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି । ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ଏହି ଟଙ୍କା ଉଠାଯାଇଛି । ଏହା ସହିତ ଏହି ଟଙ୍କା ସରକାରୀ କର୍ମଚାରୀଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏହି ଶୌଚାଳୟକୁ ଗତ ୨୦୧୯ ମସିହା ଫେବ୍ରୁଆରୀ ମାସ ୨୦ ତାରିଖରେ ଉଦ୍ଦଘାଟନ କରାଯାଇଥିଲା । ହେଲେ ଏବେ ସୁଦ୍ଧା ଏହା କାର୍ଯ୍ୟରେ ଲାଗି ନାହିଁ । ତେବେ ୪ଟି ଲାଟିନ ପାଇଁ ଏତେ ଟଙ୍କା କିଭଳି ଖର୍ଚ୍ଚ ହେଲା ସେ ନେଇ ପ୍ରଶ୍ନ ଉଠିଛି ପ୍ରଶ୍ନ ।