କନକ ବ୍ୟୁରୋ : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ । ଗାଁ ମୁଣ୍ଡକୁ ଦେଖିଲେ ପରିଚ୍ଛନତା ଅନୁମାନ କରିହୁଏ । ତେଣୁ ସରକାର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପାଇଖାନା ଅଛି, ହେଲେ କାମରେ ଲାଗୁନି । ଆଉ ବାଜିରେ ଲାଗିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିର ପରିମଳ ବ୍ୟବସ୍ଥା । କେଉଁ ଶୌଚାଳୟରେ ବିଜୁଳି ସଂଯୋଗ ନାହିଁ, କେଉଁଠି ଓଭର ଟ୍ୟାଙ୍କ ଅଛି, କିନ୍ତୁ ଜଳ ଯୋଗାଣର ବ୍ୟବସ୍ଥା ନାହିଁ ।
ପାଇଖାନା ଅଛି, ହେଲେ କାମରେ ଲାଗୁନି । ଆଉ ବାଜିରେ ଲାଗିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିର ପରିମଳ ବ୍ୟବସ୍ଥା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ଗୋଷ୍ଠୀ ଶୌଚାଳୟରେ ତାଲା ଝୁଲୁଛି । ଜନସାଧାରଣଙ୍କ ବ୍ୟବହାର ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିରେ ୯୪ ଲକ୍ଷ ଟଙ୍କା ବ୍ୟୟରେ ଏହିପରି ୪୮ଟି ଗୋଷ୍ଠୀ ଶୌଚାଳୟ ତିଆରି ହୋଇଛି । କିନ୍ତୁ ଲୋକଙ୍କ କାମରେ ଆସୁ ନାହିଁ ।
ସରକାରୀ ନିୟମକୁ ଅନୁସରଣ ନକରି ମନମୁତାବକ ଶୌଚାଳୟ ନିର୍ମାଣ କରାଯାଇଥିବାରୁ ଲୋକଙ୍କ କାମରେ ଆସୁନି ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏଥିସହ ଗୋଷ୍ଠୀ ଶୌଚାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ତାଗିଦ କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ପୋଖରୀ ହୁଡା, କେନାଲ ହୁଡା, ଖେଳ ପଡିଆ, ସରକାରୀ କାର୍ଯ୍ୟାଳୟ ପରିସରର ଗୋଷ୍ଠୀ ଶୌଚାଳୟ ତିଆରେ ହୋଇଛି । କିନ୍ତୁ ଆନୁସାଙ୍ଗିକ ସୁବିଧା ନଥିବାରୁ ଲୋକଙ୍କୁ କାମରେ ଆସୁ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/19-12.jpg)