ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଏବଂ ଭୂମି ପେଦନେକର । ଘରେ ଶୈାଚାଳୟ ତିଆରି କରିବା ଭଳି ସାମାଜିକ କଥାବସ୍ତୁକୁ ନେଇ ତିଆରି ହୋଇଛି ଫିଲ୍ମ । ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରିବାର ଆଶା କରାଯାଉଛି ।
‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ ଏକ ମଜବୁତ୍ ଲଭ ଷ୍ଟୋରୀ ଅଟେ । ଏହା ଆପଣଙ୍କର ମନୋରଂଜନ କରିବା ସହ ଆପଣଙ୍କୁ ଏକାଠି ମଧ୍ୟ କରିବ । ଲେଖକ ଯୋଡି ସିଦ୍ଧାର୍ଥ-ଗରିମା ଏହି ମଜାଦାର୍ କାହାଣୀ ଦ୍ୱାରା ଏମିତି ଏକ ଦିଗକୁ ନେଇଯାଉଛନ୍ତି , ଯାହା ଏକ ଜାଗରଣ ସୃଷ୍ଟି କରୁଛି । ଆମର ଘରର ମହିଳାଙ୍କ ପାଇଁ ଶୈାଚାଳୟ କେତେ ଜରୁରୀ ଏହା ଦର୍ଶାଉଛି ଏହି କାହାଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/toilet.jpg)